Odiapua.com

କୋଇଲାରି ପଞ୍ଚାୟତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର ୫-୧୨ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ପଞ୍ଚାୟତରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣାମେଣ୍ଟରେ ୪ ଦଳ ଭାଗ ନେଇଥିଲେ। ବିଜେତା ଦଳ କେନ୍ଦୁଗୁଡା ଉପବିଜେତା ଦଳ ସରାଗୁଡା ହୋଇଥିଲେ। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଚନ୍ଦ୍ରି ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମ ବିଜେତା ଟିମ୍ କୁ ଟ୍ରଫି ସହ ୫ସହ ଟଙ୍କା ପ୍ରଦାନ କରିଥିଲେ। ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ଭତ୍ରା ଉପ ବିଜେତା ଟିମ୍ କୁ ଟ୍ରଫି ସହ ୩ସହ ଟଙ୍କା ପ୍ରଦାନ କରିଥିଲେ। ଅତିଥି ବୃଦ୍ଧ ମାନଙ୍କ ମଧ୍ୟରେ ଭୈରବ ସିଙ୍ଗ ମାଝୀ, ଇଶ୍ଵର ମାଝୀ, ଚୈତନ୍ୟ ଭତ୍ରା, ମନୁ ଭତ୍ରା, ଲାଇବାନ ଭତ୍ରା, କପୁର ଚନ୍ଦ୍ର ମାଝୀ, ସୋମନାଥ ଭତ୍ରା, ସୁକଦେବ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।କୋଇଲାରୀ ବିଦ୍ୟାଳୟ କ୍ରିଡା ଶିକ୍ଷକ ପୁରୋହିତ ବାଗ ଟୁର୍ଣାମେଣ୍ଟ ଖେଳକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ।