Odiapua.com

କେ. ବାଲିପାଳ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡ଼ିହି-୧୨/୪, କେ ବାଲିପାଳ ପଞ୍ଚାୟତରେ ଆନନ୍ଦପୁର ବିଧାୟକଙ୍କ ଦ୍ୱାରା ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ପଞ୍ଚାୟତଟି ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇôତବାବେଳେ ଲୋକମାନେ କାମକଲେ ଯାଇ ତାଙ୍କ ଘର ଚଳେ । ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ କାମଦାମ ବନ୍ଦ ହୋଇଯାଇଥିବାରୁ ଏହି ପଞ୍ଚାୟତର ଲୋକମାନେ ନାନା ଅସୁବିଧାରେ ଦିନ କାଟୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୟୁରା, ଭଅଁରା, ରାଇଘାଟି, ତଅଁଳ ପ୍ରଭୃତି ଗ୍ରାମର ଆଦିବାସୀ ମାନଙ୍କୁ ନିଜ ଉଦ୍ୟମରେ ଚୁଡା, ଗୁଡ, ମୁଢ଼ି ଆଦି ବଣ୍ଟନ କରିଥିବାବେଳେ ପ୍ରତି ରେସନକାର୍ଡ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଏକହଜାର ଟଙ୍କାର ସହାୟତା ରାଶି ଓ ନିର୍ମାଣ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ୧୫୦୦ଟଙ୍କାର ସହାୟତା ରାଶି ହିତାଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ । ସାମାଜିକ ଦୁରତା କଣ ଓ ଏହା କିପରି ରକ୍ଷାକରି ଚଳିବେ ସେନେଇ ଲୋକମାନଙ୍କୁ ସଚେତନ କରାଇବା ସହ କିପରି ସମସ୍ତେ ମାସ୍କ ବାନ୍ଧିବେ ଓ ସବାୁନରେ ନିୟମିତ ହାତ ଧୋଇବେ ସେ ସମ୍ପର୍କରେ ମଧ୍ୟ ସଚେତନ କରାଇଥିଲେ । ବିଧାୟକଙ୍କ ସହିତ ଚିନୁ ନାୟକ, ବିଜୟ ରାଉତ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ରବିନ୍ଦ୍ର ନାୟକ, ପବିତ୍ର ମୋହନ ପେଡା, ମିଟୁ ପଣ୍ଡା, ବସନ୍ତ ପଢ଼ିଆରୀ, ବିନୋଦ ନାୟକ, ମୁଟୁ ପଲେଇ, ରବି ପାତ୍ର, ସରପଞ୍ଚ ରମ୍ଭା ପାତ୍ର, ନାଏବ ସରପଞ୍ଚ ପଦ୍ମିନୀ ହାଇବ୍ରୁ, ପିଇଓ ଜିତେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।