ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବରପଦା ନିକଟସ୍ଥ କୁସୁନଗରସ୍ଥିତ କମଳା କିଶୋରୀ ରାଉତ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଡାକ୍ତର ଡା. ମନୋରଂଜନ ମୁନା ଉକ୍ତ ଶିବିରଟିକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟିତ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ସଭାରେ ଡାକ୍ତର ମୁନା ସ୍ୱାସ୍ଥ୍ୟ ସମ୍ପର୍କୀତ ଉପାଦେୟ ସଚେତନ ବାର୍ତା ପ୍ରଦାନ କରି ଉପସ୍ଥିତ ସମସ୍ତ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ତଥା ସ୍ଥାନୀୟ ଅଂଚଳର ପ୍ରାୟ ପାଂଚଶହ ଶିଶୁ, ପୁରୁଷ ଓ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସମସ୍ତଙ୍କର ରକ୍ତ ଶର୍କରା, ହିମୋଗ୍ଲୋବିନ ଓ ବ୍ଲଡଗ୍ରୁପ ପରୀକ୍ଷା ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲ୍ୟାବ ଟେକନିସିଆନ ଆକାଶ କୁମାର ମହାନ୍ତି (ଏମ.ଏଲ.ଟି) କରିଥିଲେ ଓ ଏଥିରେ ସହଯୋଗ ଏବଂ ଔଷଧ ବଂଟନ କରିଥିଲେ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉପସ୍ଥିତ ଶୁଭସ୍ମିତା ସାହୁ, ଦେବସ୍ମିତା ମହାପାତ୍ର, ଶିବିରଟିକୁ ପରିଚାଳନା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସ ପରାମଶଦାତା ଅଧ୍ୟାପକ ରମେଶ ଚନ୍ଦ୍ର ଖୁଂଟିଆ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବରିଷ୍ଠ ଅଧ୍ୟାପକ ଘନଶ୍ୟାମ ସାହୁ, ବଙ୍କିମ ଚନ୍ଦ୍ର ନାୟକ, ପ୍ରତିଜ୍ଞା ପଣ୍ଡା, ଟି.ବିଜେୟା, ରମେଶ ଚନ୍ଦ୍ର ନାୟକ ଓ କର୍ମଚାରୀ ସୁଦର୍ଶନ ପ୍ରଧାନ ଭରତ ଚନ୍ଦ୍ର ଜେନା, ଛାତ୍ରୀ ତଥା ସ୍ୱେଚ୍ଛାସେବୀ ବିପାଶା ରାଉତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ଗାହାଣ, ପୂଜାରାଣୀ ବାରିକ, ଶୁଭଶ୍ରୀ ସାମଲ, ଜ୍ୟୋତ୍ସ୍ନାରାଣୀ ଜେନା, ଶୁଭଲକ୍ଷ୍ମୀ ଜେନା ଓ ଉର୍ମିଳା ବେହେରା ସ୍ଥାନୀୟ ବରିଷ୍ଠ ସମାଜସେବୀ ସିଦ୍ଧେଶ୍ୱର ମହାପାତ୍ର ଓ ଅମୂଲ୍ୟ ମହାପାତ୍ର ଉପସ୍ଥିତ ରହି ଉକ୍ତ ଶିବିରଟିର ସଫଳତାର ଭୂୟସି ପ୍ରଶଂସା କରି ଏହି ଅବସରରେ ଅନୁଷ୍ଠିତ ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।