ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଯୁକ୍ତ ଦୁଇ କଳା ବିଭାଗରେ ସ୍ଥାନୀୟ କୁସୁନନଗରସ୍ଥ କମଳା କିଶୋରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷାଫଳ ଅପୂର୍ବ ସଫଳତା ଲାଭ କରିଛି। ମୋଟ ପରୀକ୍ଷା ଦେଇଥିବା ୧୧୮ଜଣ ଛାତ୍ରୀଙ୍କ ମଧ୍ୟରୁ ୩୬ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବାବେଳେ ମୋଟ ୧୧୧ଜଣ ଛାତ୍ରୀ ଏହି ପରୀକ୍ଷାରେ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତିଭା ପଣ୍ଡା ସର୍ବାଧିକ ୫୨୧ନମ୍ବର ଓ ଲକ୍ଷ୍ମୀ ବାଲମୁଚୁ ୪୯୮ ନମ୍ବର ରଖି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଚଳିତ ବର୍ଷର ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ, ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ଓ ଅଭିଭାବକଙ୍କ ମହଲରେ ବେଶ ଆନନ୍ଦ ଓ ଉତ୍ସାହ ଆଣି ଦେଇଛି। ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇ ଛାତ୍ରୀଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି।