Odiapua.com

କେ ଏଲ ରାହୁଲ IPL ୨୦୨୦ ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ନିଯୁକ୍ତ

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଆଗାମୀ ଆଇପିଏଲ ପାଇଁ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ଏବେ ରାହୁଲଙ୍କୁ କେବଳ ଏକ ବ୍ୟାଟ୍ସମ୍ୟାନ୍ ଭାବେ ନୁହେଁ ଜଣେ ଅଧିନାୟକ ଭାବରେ ମଧ୍ୟ ଦେଖିବାକୁ ମିଳିବ।

ରାହୁଲଙ୍କୁ ୨୦୧୮ ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ୧୧ କୋଟିରେ କିଣିଥିଲା। ଅଶ୍ୱିନୀଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନେବା ପରେ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିବା ସମ୍ଭାବନା ବଢ଼ିଥିଲା।

କିଙ୍ଗ୍ସ ୧୧ ପଞ୍ଜାବର ସହ ମାଲିକ କହିଛନ୍ତି ଆମେ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରି ବହୁତ ଖୁସି।