ନୟାଗଡ଼, ୩୦ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସହରର ମୁଖ୍ୟ କେନ୍ଦ୍ରସ୍ଥଳରେ ଅବସ୍ଥିତ ରାଜା କୃଷ୍ଣଚନ୍ଦ୍ର କ୍ଳବଠାରେ ସ୍ୱାଧୀନତା ସଂଗ୍ରାମୀ ସହୀଦ ଦିବାକର ପରିଡ଼ାଙ୍କ ୧୧୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ସୌଦାମିନି ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏଳାଡେମୀର ସଦସ୍ୟ ଅଶୋକ କୁମାର ନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମଂଚ ଉପସ୍ଥାପକଭାବେ ଖ୍ୟାତି ଅର୍ଜନ କରିଥିବା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ଦିବାକର ପରିଡ଼ାଙ୍କ ତ୍ୟାଗପୂତ ଜୀବନ ତଥା ତାଙ୍କ ଆତ୍ମ ଚରିତ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ, ସମାଜସେବୀ ରଂଜନ ରଶ୍ମୀ ଜେନା, ସାମ୍ବାଦିକା ପ୍ରଦୀପ୍ତ ରଥ, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ସହୀଦ ଦିବାକର ପରିଡ଼ାଙ୍କ ସ୍ମୃତି ଚାରଣ କରିଥିଲେ। ସାମ୍ବାଦିକ ରଜତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
କେସି କ୍ଲବରେ ସହୀଦ ଦିବାକର ପରିଡ଼ାଙ୍କ ୧୧୧ତମ ଜୟନ୍ତୀ
