Odiapua.com

 କେସିଙ୍ଗା ପୋଲିସ ଦ୍ୱାରା ଗଞ୍ଜେଇ ଚାଲାଣ ଗାଡି ଜବତ, ଏନଏଚ-୨୬ ଗଞ୍ଜେଇ ଚାଲାଣର ମୂଖ୍ୟ ରାସ୍ତା ପାଲିଟିଛି

କଳାହାଣ୍ଡି ତା.୦୭.୦୯.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ଜାତୀୟ ରାଜପଥ ୨୬ ଗଞ୍ଜେଇ ଚାଲାଣର ମୂଖ୍ୟ ରାଜପଥ ପାଲଟିଛି । ଗତକାଲି ବୋଇତି କଖାରୁ ବୋଝେଇ ସ୍ୱରାଜ ମଜଡା ମିନି ଟ୍ରକ ଭିତରେ ୫୭୩ କେଜି ଗଞ୍ଜେଇ ଉତର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଦ୍ୱାରା ଜବତ କରାଯାଇ ସୁବାସ ଚୌଧୂରୀ ଓ ନିତିନ ଚୌଧୂରୀ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । UP12T 5879 ନମ୍ବର ମିନିଟ୍ରକରେ ରାୟଗଡା ଜିଲ୍ଲା ପଦମପୁର ଠାରୁ ଉତରପ୍ରଦେଶ ସ୍ଥିତ ଗଜିଆବାଦ କୁ ୨୮୦ ପାକେଟରେ ଗଞ୍ଜେଇ ଭର୍ତି କରାଯାଇ ବୋଇତିକଖାରୁ ଭର୍ତି ମିନିଟ୍ରକ ଭିତରେ ଲୁଚାଇ ରଖାଯାଇ ଚାଲାଣ କରାଯାଉଥିବା ବେଳେ ପୋଲିସ ଜବତ କରିଥିବା ପ୍ରକାଶ ।
ସେହିପରି ଏକ ବୋଲେରୋ ପିକଅପ ଭେନରେ ମକା ବୋଝେଇ କରାଯାଇ ସେମଧ୍ୟରେ ୧୧୯ ଟି ପାକେଟ କରାଯାଇ ୬୧୯ କେଜି ଗଞ୍ଜେଇ ଚାଲାଣ ସମୟରେ କେସିଙ୍ଗା ପୋଲିସ ଜବତ କରିଥିବା ଜଣାପଡିଛି । ପୋଲିଥିନ ବେଗରେ ଗୁଡାଇ ରଖାଯାଇ ମକା ବସ୍ତା ମଧ୍ୟରେ ଭର୍ତୀ କରାଯାଇ OD02 AF 4659 ଫର୍ଜୀ ନମ୍ବର ଲଗାଯାଇଥିବା ବୋଲେରୋ ପିକଅପ ଭେନ ମାଧ୍ୟମରେ ମକାମଧ୍ୟରେ ରଖାଯାଇ ବିହାର ଚାଲାଣ କରାଯାଉଥିବା ସମୟରେ କେର୍ସି୍‌ଗା ପୋଲିସ ଜବତ କରି ଅଭିଯୁକ୍ତ ବିହାର ଗୋପାଲଗଞ୍ଜ ଜିଲ୍ଲାର ସୋନୁ ରୟ ନାମକ ବ୍ୟକ୍ତିକୁ ଗିରଫ କରିଥିବା ପୋଲି ଅଧିକ୍ଷକଙ୍କ ସୂତ୍ରରୁ ପ୍ରକାଶ ।
ପୋଲିସ ନଜରରୁ ବଂଚିବା ପାଇଁ ଅଭିଯୁକ୍ତମାନେ ବିଭିନ୍ନ ଉପାୟରେ କଳାହାଣ୍ଡି ମଧ୍ୟ ଦେଇ ଏନଏଚ୨୬ ଉପରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କଳାହାଣ୍ଡି ଏସପି ଶ୍ରବଣ ବିବେକ ଙ୍କ କଡା ନିର୍ଦ୍ଦେଶରେ ସେସବୁ ଚୋରାଚାଲାନକୁ ପୋଲିସ ଝବତ କରି ଏନଡିପିଏସ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣାପଡିଛି ।