Odiapua.com

କେଲିଆ ଗଡ଼ ଅଲେଖ ମନ୍ଦିରରେ ନୂଆଖାଇ ପର୍ବ

ନବରଙ୍ଗପୁର ୧୪-୮ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମ ପଞ୍ଚାୟତର କେଲିଆ ଗଡ଼ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ବାବା ଅଲେଖ ମନ୍ଦିରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନୂଆଖାଇ ପର୍ବ ପାଳନହୋଇ ଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧକ୍ଷା ବୀଣାମାଝୀ ଓ ଉପାଧାକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିସଦ ସଭ୍ୟ ଗୁପ୍ତ ବିଷୋୟୀ, ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ବେହେରା, ପି ନାଗା, ଟି ଜୁଗୁନୁ, ଆର୍ ପ୍ରକାଶ ରାଓ, ଶିବ ପ୍ରସାଦ ମିଶ୍ର, ଲ୍ୟାମ୍ପ ସଭାପତି ଦୁର୍ଯ୍ୟ ଭତ୍ରା, ଟି ପ୍ରସାଦ, ସରପଞ୍ଚ ରଞ୍ଜୁ ଭତ୍ରା, ଜଦୁ ବାବା, ଜି ମୁରଲି, ଡି ରାଜା, ଜି ମୁରଲି, ବବୁଲୁ ତ୍ରିପାଠୀ, ଅର୍ଜୁନ ଜାନି ପ୍ରମୁଖଙ୍କ ସହ ଅଲେଖ ମନ୍ଦିର ପରିସରରେ ନୂଆଖାଇ ପର୍ବ ଆନନ୍ଦ ମନରେ ପାଳନ କରିଥିଲେ। ନୂଆଖାଇ ପର୍ବ ପାଳନ ସରିବା ପରେ ସାଂସଦ ପାଣ୍ଠିରୁ ଭୋଜନ ମଣ୍ଡପ ପାଇଁ ଦୁଇ ଲକ୍ଷ ଓ ବିଧାୟକ ପାଣ୍ଠିରୁ ଦୁଇ ଲକ୍ଷ ପାଚେରୀ ନିର୍ମାଣ ନିମନ୍ତେ ଭୂମି ପୂଜନ କରି ଶୁଭ ଦେଇଥିଲେ। ଏହି ମନ୍ଦିରର ବାବାଙ୍କ ସହ ଅଲେଖ ପ୍ରେମୀ ଭକ୍ତ ବୃନ୍ଦ ବେଶ୍ ଆନନ୍ଦିତ ହୋଇ ଥିଲେ।