Odiapua.com

କେରଳ ସରକାରଙ୍କ ନୂଆ ଘୋଷଣା

କେରଳ,୨୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କେରଳ ସରକାର ମହିଳାଙ୍କୁ ପୁରୁଷଙ୍କ ସହିତ ସମକକ୍ଷ ଅଧିକାର ମାମଲାରେ ବଡ ନିଷ୍ପତ୍ତି ନେଇଛନ୍ତି। ମହିଳା ମଧ୍ୟ କୌଣସି କାର୍ଯ୍ୟରେ କମ୍‌ ନୁହେଁ ବୋଲି ତାହା ସେ ଏଠାରେ ପ୍ରମାଣ କରି ଦେଖାଇଛନ୍ତି। ରାଜ୍ୟରେ ସାର୍ବଜନିକ କ୍ଷେତ୍ରର ପ୍ରତିଷ୍ଠାନରେ ଏବେ ମହିଳା ଚାଳକଙ୍କୁ ମଧ୍ୟ ସୁଯୋଗ ଦିଆଯିବ।

ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ନିଷ୍ପତ୍ତିରେ ମହିଳାମାନେ ପୁରୁଷ ମାନଙ୍କର ବରାବର ହୋଇପାରିବେ।

ସରକାର ନିକଟରେ ପୋଲିସ ବଳରେ ମହିଳାଙ୍କର ପ୍ରତିନିଧିତ୍ୱ ବଢ଼ାଇବା ପ୍ରୟାସରେ ୫୫୦ରୁ ଅଧିକ ସଦସ୍ୟଙ୍କ ସହିତ ପ୍ରଥମ ମହିଳା ବାଟାଲିୟନ ଗଠନ କରାଯାଇଥିଲା।