ତାଳଚେର, ୨୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଭାରତ ସରକାରଙ୍କର କେନ୍ଦ୍ର ସାର ଓ ରସାୟନ ତଥା ନବୀକରଣୀୟ ଉର୍ଜ୍ଜା ବିଭାଗର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତରେ ଆସି ବିକ୍ରମପୁର ସ୍ଥିତ ନିର୍ମାଣାଧିନ ତାଳଚେର ଫର୍ଟିଲାଇଜର ଲିଃ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ସେ କାରଖାନା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଟିଏଫଏଲ ପଦାଧିକାରୀ ଏବଂ ପିଡିଆଇଏଲ ଟିମ୍ଙ୍କ ସହ ଏକ ସମୀକ୍ଷା ବୈଠକ କରିବାସହ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି ନିର୍ମାଣାଧିନ ସାରକାରଖାନାରେ ବିଭିନ୍ନ ଆନୁସଙ୍ଗିକ ସୁବିଧା ସର୍ମ୍ପକରେ ଅବଗତ ହେବା ପାଇଁ ମନ୍ତ୍ରୀ କାର୍ଯ୍ୟସ୍ଥଳ ବୁଲି ଦେଖିଥିଲେ। ପ୍ରାରମ୍ଭରେ ଟିଏଫଏଲ କାର୍ଯ୍ୟାଳୟ ଠାରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା।
କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀଙ୍କ ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ
