Odiapua.com

କେନ୍ଦ୍ର ସରକାରଙ୍କ ଗୋଳବାରୁଦ କାରଖାନାରେ ସ୍ଥାନୀୟ ଅଞ୍ଚଳର ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଧାରଣା

ବଲାଙ୍ଗୀର, ୨୪-୧୧(ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ତରଫରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନା ଗେଟ୍‌ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି(ଭିଆଇପି) ସଭାପତି ବିପିନ କୁଶୁଳିଆଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା। କାରଖାନାରେ ବାହ୍ୟ ଜିଲ୍ଲା ଓ ବାହ୍ୟ ରାଜ୍ୟରୁ ଆସି ଦୀର୍ଘ ବର୍ଷ ହେଲା କର୍ମଚାରୀ ଭାବେ ଚାକିରୀ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଥିବା ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ ସରକାର ପ୍ରତିଶ୍ରୁତି ଦେଇ ସୁଦ୍ଧା ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇ ନାହିଁ। ଜାଣି ଶୁଣି କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ବେକାର ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ବଦଳରେ ପ୍ରିୟା, ପ୍ରୀତି ନୀତି ଅବଲମ୍ବନ କରି ନିରାଶ କରିଛନ୍ତି।ଏବେ ମଧ୍ୟ ଏହି ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଥିବା ଓ ଅନେକ ପଦ, ପଦବୀ ରେ ଗୋପନ ଭାବେ ଅନ୍ୟ ଅଞ୍ଚଳ ରୁ ଆସି ନିଯୁକ୍ତ ହେଉଥିବା ବେଳେ ସ୍ଥାନୀୟ ଜନସାଧାରଣ ଏଥିରୁ ବାଦ ପଡିଛନ୍ତି। ତେବେ ଅନ୍ୟ ଜିଲ୍ଲା ରାଜ୍ୟମାନଙ୍କ ର ସମସ୍ତଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରୁଥିବା ବେଳେ ଆମ ରାଜ୍ୟ ଓ କେନ୍ଦ୍ର ସରକାର କାହିଁକି ସ୍ଥାନୀୟ ଯୁବକଙ୍କ ପାଇଁ ଅଣଦେଖା କରି ଯୁବକମାନଙ୍କୁ ବଡ଼ମାଲ ଗୋଳାବାରୁଦ କାରଖାନାରେ ନିଯୁକ୍ତି ମିଳିପାରୁ ନାହିଁ ବୋଲି ସେ ଯୁ‌କ୍ତି ପ୍ରଦାନ କରିଛ‌ନ୍ତି। ତେବେ ଭିଆଇପି ପାର୍ଟି ପକ୍ଷରୁ ଦାବି କରିଛନ୍ତି ଯେ, ସ୍ଥାନୀୟ ଯୁବକମାନଙ୍କ ପାଇଁ ୭୫% ନିଯୁକ୍ତି ସୁଯୋଗ ଦିଆଯାଉ। ଅନ୍ୟ ପକ୍ଷରେ ରେଲୱେ ଲାଇନ ନିର୍ମାଣ କରିବା ପାଇଁ ୩ ହଜାର ମୂଲ୍ୟବାନ ଗଛ କଟା ଯାଇ ଥିବାବେଳେ ୩ ଲକ୍ଷ ଗଛ ବୃକ୍ଷ ରୋପଣ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି। ଉତ୍ତପ୍ତ ସହର ଟିଟିଲାଗଡ଼ କୁ ତତଲାଗଡ଼ ଭାବେ ଚର୍ଚ୍ଚିତ ହୋଇ ସୁଦ୍ଧା ଏହି ଅଞ୍ଚଳ ରୁ ଏପରି ବୃକ୍ଷ କଟାଯିବା କେତେ ଯୁକ୍ତି ଯୁକ୍ତ ବୋଲି କହି ଉକ୍ତ ଅଞ୍ଚଳରେ ସେହି ମାତ୍ରାରେ ବୃକ୍ଷ ରୋପଣ କରାଯାଉ ବୋଲି ଦାବି ପ୍ରକାଶ କରାଯାଇଛି।ଏହି ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ରେ ଅଶୋକ ଦାସ, ବୈଶାଖୁ ସେଲମା, ପ୍ରସନ୍ନ ଛତ୍ରିଆ, ହରେକୃଷ୍ଣ ସାହୁ, ଜଗନ୍ନାଥ ସେଲମା, ଭୀମ ନାଗ ପ୍ରମୁଖ ସାମିଲ ହୋଇଥିଲେ। ତେବେ ସରକାର ଯଦି ଆଗାମୀ ଦିନରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।