Odiapua.com

କେନ୍ଦ୍ର ସରକାରଙ୍କ କର୍ପୋରେଟ ମନ୍ତ୍ରାଳୟର ଅର୍ଥନୈତିକ ପରାମର୍ଶଦାତା ହେଲେ ନନ୍ଦିତା ମିଶ୍ର

ନୂଆଦିଲ୍ଲୀ, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ଓଡ଼ିଆ ଝିଅ ନନ୍ଦିତା ମିଶ୍ର ହେଲେ ମୋଦି ସରକାରଙ୍କ କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା। ଏବେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ରହିଥିବା ବେଳେ କର୍ପୋରେଟ ମନ୍ତ୍ରଣାଳୟକୁ ସରକାର ଏବେ ତାଙ୍କର ବଦଳି କରିଛନ୍ତି। ତେବେ କହିବାକୁ ଗଲେ, ୧୯୯୩ ବ୍ୟାଚର ଆଇଇଏସ ହେଉଛନ୍ତି ନନ୍ଦିତା ମିଶ୍ର। ସେ ଡିଏମ ସ୍କୁଲ ଭୁବନେଶ୍ୱରରେ ପାଠ ପଢ଼ୁଥିଲେ। ଆଗାମୀ ଦିନରେ ତାଙ୍କର ପରାମର୍ଶ ଦେଶର ଅର୍ଥନୀତିକୁ ସୁଦୃଢ କରିବ ବୋଲି ଡିଏମ ସ୍କୁଲର ଆଲୁମ୍‌ନି ଅଂଶୁମାନ ଦାସ ମତ ପ୍ରକାଶ କରିଛନ୍ତି।