Odiapua.com

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଅମର ପଟ୍ଟନାୟକ

ଭୁବନେଶ୍ଵର,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ରାଜ୍ୟର ରେଳ ଷ୍ଟେସନମାନଙ୍କର ପୁନର୍ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ ପାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି। ଜୁଲାଇ ୨୫ତାରିଖରେ ରାଜ୍ୟସଭାର ଶୂନ୍ୟକାଳରେ ଆଲୋଚନା ବେଳେ ଅମର ପଟ୍ଟନାୟକ ରେଳ ଷ୍ଟେସନର ବିକାଶ ପ୍ରସଙ୍ଗ ଉଠାଇଥିଲେ।

ରେଳ ବିଭାଗ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରେଳ ଷ୍ଟେସନ ମାନଙ୍କର ବୈଷୟିକ ଓ ଆର୍ଥିକ ସମ୍ଭାବନାକୁ ଅନୁଧ୍ୟାନ କରୁଛି। ଷ୍ଟେସନର ପୁନର୍ବିକାଶ ଦ୍ୱାରା ବାଣିଜ୍ୟିକ କାରବାରରେ ମଧ୍ୟ ଅଗ୍ରଗତି ଘଟିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ରେଳ ମନ୍ତ୍ରାଳୟ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପତ୍ରରେ ଦାବି ଜଣାଇଛନ୍ତି।