Odiapua.com

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ବନ୍ୟା ଅଚଂଳକୁ ଗସ୍ତ ସମୟରେ ବିଜେଡି ଦଳର ଗୁଣ୍ଡାରାଜ – ବିଜୁ ଜନତା ଦଳ ରାଜ୍ୟରେ ରାଜନୈତିକ ଆତଙ୍କବାଦ କରୁଛି:ବିଜେପି

– ଜଣେ ମହିଳା ଜନ ପ୍ରତିନିଧିଙ୍କ ପ୍ରତି କିପରି ସମ୍ମାନ ଦିଆଯାଏ ତାହା ଶିଖିନି ବିଜୁ ଜନତା ଦଳ
– ମହିଳା ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଅସମ୍ମାନିତ କରିଥିବା ବିଜେଡି ନେତା କେବେ ଗିରଫ ହେବେ ?
– ଜଣେ କେନ୍ଦ୍ର ମନ୍ତ୍ରୀ ଓ ୨ ଜଣ ସାଂସଦ ବୈଠକରେ ଥିବା ବେଳେ ବିଶୃଙ୍ଖଳା ହେଉଥିଲା ଓ ପୋଲିସ ଚୁପଚାପ ଦେଖୁଥିଲେ
– ସାଧାରଣ ଲୋକମାନେ ଦୁଃଖ ଦୁର୍ଦ୍ଦଶାରେ, ଶାସକ ଦଳ ନିଜର ଦାୟୀତ୍ୱ ନିର୍ବାହ କରିପାରୁନଥିବା ବେଳେ ବନ୍ୟା ବିପତିଙ୍କ କଥା ବୁଝିବାକୁ ଯାଇଥିବା ବିଜେପିର ମନ୍ତ୍ରୀ ଓ ସାଂସଦ ମାନଙ୍କ ପ୍ରତି ବିଜେଡିର ଏହି ରାଜନୈତିକ ଆତଙ୍କବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ
– ବିଜୁ ଜନତା ଦଳର ଗୁଣ୍ଡା ମାନେ ସେଠି ହରକତ ଚଲାଇ ଥିଲାବେଳେ ପୋଲିସ ଚୁପ ଥିଲା କାହିଁକି ?
– ଶାସକ ଦଳର ଇଙ୍ଗିତରେ ପୋଲିସ ଚୁପ ଚୁପ ରହି ପରୋକ୍ଷରେ ଏପରି ବିଶୃଙ୍ଖଳାକୁ ପୋସ୍ତ୍ରାହନ କରୁଥିଲା

ଭୁବନେଶ୍ୱର, ତା୧୯/୦୮ (ଓଡ଼ିଆ ପୁଅ) : ଗତ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ସୋନପୁର ଜିଲ୍ଲାର ବନ୍ୟା ପ୍ରପିଡିତ ହୋଇଥିବା ଅଚଂଳକୁ ପରିଦର୍ଶନ କରିଥିଲେ। ଆକାଶ ମାର୍ଗରୁ ସର୍ବକ୍ଷେଣ କରି, ସେଠାର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବନ୍ୟାର କ୍ଷୟକ୍ଷତି ଆକଳନ କରି ତୁରନ୍ତ ଲୋକମାନଙ୍କୁ ପୁନଃ ଥଇଥାନ କରିବା, କିପିରି ରିଲିଫ୍ ମିଳିପାରିବ ତାହାର ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ। ହେଲେ ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେଡି ଦଳର ନେତା ଓ କାର୍ଯ୍ୟକର୍ତାମାନେ ବୈଠକ ବାହାରେ ଉଦ୍ଦେଶ୍ୟ ମୁଳକ ଭାବେ ଗୁଣ୍ଡାଗର୍ଦ୍ଧି କରି ଉତେଜନା ମୁଳକ ପରିସ୍ଥିତି ସୃଷ୍ଟି କରିଥିଲେ ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜନୈତିକ ଲଢେଇର ଏକ ନିର୍ଦ୍ଧିଷ୍ଟ ସମୟ ଅଛି। କିନ୍ତୁ ଯେତେବେଳେ ସାଧାରଣ ଲୋକମାନେ ବନ୍ୟା ବିପତିରେ ଫସି ଦୁଃଖ ଦୁର୍ଦ୍ଦଶା ଅଛନ୍ତି ସେତେବେଳେ ଶାସକ ଦଳ ନିଜର ଦାୟୀତ୍ୱ ନିର୍ବାହ କରିପାରୁନଥିବା ବେଳେ ବନ୍ୟା ବିପତିଙ୍କ କଥା ବୁଝିବାକୁ ଯାଇଥିବା ବିଜେପିର ମନ୍ତ୍ରୀ ଓ ସାଂସଦ ମାନଙ୍କ ପ୍ରତି ବିଜେଡିର ଏହି ରାଜନୈତିକ ଆତଙ୍କବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।

ଅତୀତରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଦୁଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ ସୁଶ୍ରୀ ସାଧବି ନିରଜଂନା ଜ୍ୟୋତିଙ୍କ ଉପରକୁ ପଥର ମାଡ କରାଯାଇଥିଲା। ଏହି ସମୟରେ ନବୀନ ବାବୁ ଚୁପ୍ ରହିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ରାଜନୈତିକ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଦୋଷୀ ସାବସ୍ତ୍ୟ କରାଗଲା ନାହିଁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ ସମୟରେ ଶାସକ ଦଳର ଗୁଣ୍ଡାଗର୍ଦ୍ଧିର ନଗ୍ନ ରୂପ ଓଡିଶାବାସୀ ଦେଖିଛନ୍ତି। ରାଜନୈତିକ ଲଢେଇକୁ ରାଜନୈତିକ ବାଟରେ ସୀମିତ ରହିବାକୁ ଦିଆଯାଉ ବୋଲି ଭାରତୀୟ ଜନତା ପାର୍ଟି ଆହ୍ୱାନ କରୁଛି। ନବୀନ ବାବୁ ନୀତି ନୈତିକତାରେ ରାଜନୀତି ନାହିଁ। ନିଜେ ନବୀନବାବୁ ଏବେ ସୁଦ୍ଧା ବନ୍ୟା ବନ୍ୟା ପ୍ରପିଡିତ ଅଂଚଳକୁ ଆଜି ପର୍ଯ୍ୟନ୍ତ ଗଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବିଜୁ ଜନତା ଦଳର ଗୁଣ୍ଡା ମାନେ ସେଠି ହରକତ ଚଲାଇ ଥିଲାବେଳେ ପୋଲିସ ଚୁପ ଥିଲା କାହିଁକି ? ଶାସକ ଦଳର ଇଙ୍ଗିତରେ ପୋଲିସ ଚୁପ ଚୁପ ରହି ପରୋକ୍ଷରେ ଏପରି ବିଶୃଙ୍ଖଳାକୁ ପୋସ୍ତ୍ରାହନ କରୁଥିଲା। ଆଶ୍ଚର୍ଯ୍ୟର ବିଷୟ ଯେ ସେଠାରେ ଜଣେ ହେଲେ ମହିଳା ପୋଲିସ ନଥିଲେ ବଲାଙ୍ଗୀର ଶ୍ରୀମତି ସାଂସଦ ସଂଙ୍ଗିତା ସିଂହଦେଓଙ୍କୁ ସୁରକ୍ଷା ଦେବା ପାଇଁ। ଜଣେ କେନ୍ଦ୍ର ମନ୍ତ୍ରୀ, ୨ ଜଣ ସାଂସଦ ଆସୁଛନ୍ତି ଜିଲ୍ଲା ମୁଖ୍ୟାଳୟ ହେଲେ ସେଠାରେ ଜଣେ ହେଲେ ମହିଳା ପୋଲିସ କାହିଁକି ମୁତୟନ ନଥିଲେ ବୋଲି ପୃଥିରାଜ ପ୍ରଶ୍ନ କରିଛନ୍ତି।

ପୃଥୀରାଜ କହିଛନ୍ତି ଯେ ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସାଧାରଣରେ ଦୁର୍ବବ୍ୟବହାର ପଦର୍ଶନ ପରେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଉ ନାହିଁ। ପୋଲିସ କାହିଁକି ଚୁପ ବସିଛି। ଜଣେ ମହିଳା ସାଂସଦଙ୍କ ପ୍ରତି ଏପରି ଅଶୋଭନୀୟ ଆଚରଣ ସତ୍ୱେ କଣ ପାଇଁ ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରୁନାହିଁ ? ବିଜୁ ଜନତା ଦଳର ନେତାମାନଙ୍କର ଏହି ବିଶୃଙ୍ଖଳା ଆଚରଣ ବିରୋଧରେ ଦଳର ପୁର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଦନ ସିଂହଦେଓ ଆଜି ପୋଲିସରେ ଅଭିଯୋଗ କରିବେ।

ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଅନେକ ସ୍ଥାନରେ ରିଲିଫ ମିଳୁନାହିଁ। ସେହି ସବୁ ପ୍ରସଙ୍ଗରୁ ସାଧାରଣ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଶାସକ ଦଳର ଏ ନୁଆ ଡ୍ରାମା। ବନ୍ୟା, ବାତ୍ୟା ସମୟରେ ସମସ୍ତେ ମିଳିମିଶି ସହଯୋଗର ହାତବଢାଇ ଲୋକଙ୍କ କଷ୍ଟ ଦୂର କରାଯିବ। ହେଲେ ରୋମ୍ ଜଳୁଥିବାବେଳେ ନିରୋ ରାଜପ୍ରସାଦରେ ବସି ବଶିଂ ବାଦନ କରୁଥିବା ବେଳେ ଆଜି ନବୀନବାବୁ ସେହିଭଳି ସମାନ ସ୍ଥିତିରେ ଅଛନ୍ତି। ରାଜସ୍ୱ ମନ୍ତ୍ରୀ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ସମୀକ୍ଷା କରି ଚାଲି ଆସିଲେ। ସପ୍ତାହ ତଳେ ବିଭାଗୀୟ ସଚିବ କହିଲେ ଓଡିଶାରେ କୌଣସି ଜାଗାରେ ବନ୍ୟା ଆସିବାରେ ସମ୍ଭାବନା ନାହିଁ। ଲୋକମାନେ କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକତା ନାହିଁ। କିନ୍ତୁ ପରେ ବନ୍ୟା ହେଲା। ବନ୍ୟା ପ୍ରପିଡିତ ଲେକାମାନେ ଯେଉଁ ଅତିଷ୍ଠ ହୋଇଛନ୍ତି ତାହାର ଉତର ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।