Odiapua.com

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟୀତ୍ୱ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ନିର୍ବାଚନ ଦାୟୀତ୍ୱ ତୁଲାଇବେ

ନୂଆଦିଲ୍ଲୀ ୪-୨ (ଓଡ଼ିଆ ପୁଅ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟି (ବିଜେପି) ର ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଦାୟିତ୍ୱ ତୁଲାଇବେ। ଏ ନେଇ ବିଜେପି ତରଫରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟଯେ, କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଆସନ୍ତା ମେ ୨୦୨୩ ସୁଦ୍ଧା ହେବ।

ବିଜେପି ତାମିଲନାଡୁ ରାଜ୍ୟ ୟୁନିଟ୍ ସଭାପତି କେ ଅନ୍ନାମଲାଇ ପ୍ରଧାନଙ୍କ ସହ-ଦାୟିତ୍ୱ ତୁଲାଇବେ। ଦଳର ସଭାପତି ଜେପି ନଡ୍ଡା ଶନିବାର ଏହି ନିଯୁକ୍ତି ଦେଇଛନ୍ତି।

୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କ୍ଷମତାକୁ ପୁନଃ ପାଇବା ପାଇଁ ବିଜେପି ନିର୍ବାଚନରେ ଲଢ଼େଇ କରିବ, ଯେଉଁଠାରେ କଂଗ୍ରେସ ନିକଟରେ ଶେଷ ହୋଇଥିବା ଭାରତ ଯୋଡା ଯାତ୍ରା ପରେ କଂଗ୍ରେସର ଜୋସ ବଢ଼ିଛି।

କୁହାଯାଉଛିଯେ, ବିଜେପି ୨୨୪ ଟି ଆସନରୁ ୧୫୦ ଟି ଜିତିବାର ଲକ୍ଷ୍ୟ ରଖିଛି। ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍) ସହିତ ଏକ ପ୍ରି-ପୋଲ୍ ମେଣ୍ଟକୁ ମଧ୍ୟ ଦଳ ଖଣ୍ଡନ କରିଥିବା କଥା କୁହାଯାଉଛି।

ଏହା ପୂର୍ବରୁ ଉତ୍ତରପ୍ରଦେଶର ଦାୟିତ୍ୱରେ ରହି ଦଳକୁ ରାଜ୍ୟରେ ବିଜୟୀ କରାଇବାରେ ଏକ ପ୍ରକାରର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶ୍ରୀ ପ୍ରଧାନ। ଏଥିପାଇଁ ସେ ମଧ୍ୟ ପ୍ରଶଂସା ମଧ୍ୟ ଲାଭ କରିଥିଲେ।

ଭାରତ ଯୋଡ଼ ଯାତ୍ରା ପରେ ବିରୋଧୀ ଦଳ ଆଶା ଦୃଢ଼ୀଭୂତ ହୋଇଥିବା ବେଳେ ବିଜେପିର ମଧ୍ୟରେ ଥିବା ଅନଃ କନ୍ଦଳର ସମାଧାନ କରିବାରେ ପ୍ରଧାନ ସଠିକ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଅତୀତରେ ଶ୍ରୀ ପ୍ରଧାନ ଛତିଶଗଡ଼, ତ୍ରିପୁରା, ଝାଡଖଣ୍ଡ ଏବଂ ତେଲେଙ୍ଗାନାରେ ନିର୍ବାଚନର ତଦାରଖ କରିଛନ୍ତି।