Odiapua.com

କେନ୍ଦ୍ର ବିଦେଶ ମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ – ଉପସାଗରୀୟ ଦେଶ ସମୁହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡିଆମାନଙ୍କୁ ସିଧା ଭୁବନେଶ୍ୱର ଆଣିବା ପାଇଁ ଅନୁରୋଧ କଲେ

– ଦୁବାଇ, ଦୋହା, ଦାମ୍ମମ, ମାସ୍କାଟ, ବାହରିନ, କଲମ୍ବା ଏବଂ ଇଂଣ୍ଡନରୁ ସିଧା ଭୁବନେଶ୍ୱରକୁ ବିମାନ ବ୍ୟବସ୍ଥା ପାଇଁ ଅନୁରୋଧ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୩ ଜୁନ (ଓଡ଼ିଆ ପୁଅ) – ବିଭିନ୍ନ ଦେଶରେ ଫସି ରହିଥିବା ଓଡ଼ିଆମାନଙ୍କୁ ବିଦେଶରୁ ସିଧା ସିଧା ଭୁବନେଶ୍ବରକୁ ଆଣିବା ପାଇଁ ବିଦେଶ ମନ୍ତ୍ରୀ ଡା ଏସ.ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଉପସାଗରୀୟ ଦେଶ ସମୁହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନେ ସ୍ବଦେଶ ପ୍ରତ୍ୟାର୍ବତ୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି।

ଏହି ସବୁ ଦେଶର ବିଭିନ୍ନ ସହର ଯଥା ଦୁବାଇ, ଦୋହା, ଦାମ୍ମାମ, ମାସ୍କାଟ, ବାହରିନ, କଲମ୍ବୋ ଏବଂ ଇଂଶନରୁ ସିଧା ଭୁବନେଶ୍ବରକୁ ବିମାନ ବ୍ୟବସ୍ଥା କରି ଓଡିଆମାନଙ୍କୁ ସ୍ବଦେଶ ଫେରେଇ ଆଣିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି କରୋନା ସମୟରେ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ପ୍ରଫେସନାଲମାନଙ୍କୁ ସ୍ବଦେଶ ଫେରେଇ ଆଣିବାକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି।