Odiapua.com

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ପ୍ରଜ୍ୱଳନ

ଟିଟିଲାଗଡ ୦୩-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗୃହମନ୍ତ୍ରୀ ତଥା ବିଜେପି ଦଳର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା କରୋନା ପଜିଟିଭ ବାହାରିବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଚାରିତ ହେବା ପରେ ଦେଶବ୍ୟାପୀ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ ନିଜ ନିଜ ଅଞ୍ଚଳରେ ଥିବା ଇଷ୍ଟ ଦେବା, ଦେବୀ ପୀଠରେ ତାଙ୍କର ଆରୋଗ୍ୟ କାମନା କରିବା ସହିତ ଜଗତରୁ ଏହି ରୋଗ ମୁକ୍ତ କରିବା ପାଇଁ ପ୍ରାର୍ଥନା କରି ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ। ଏହି ଅବସରରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମୁକେଶ ଜୈନ, ନଗର ସଭାପତି ଶ୍ରୀ ପ୍ରଶାନ୍ତ ଷଡ଼ଙ୍ଗୀ, ସାଂସଦଙ୍କ ପୈାରପାଳିକା ପ୍ରତିନିଧି ଗୋଲାପ ସୋନି, ରୋହିତ ସୋନି, ରାଜୁ ରାଓ, ଦିଲିପ୍ ପାଣ୍ଡେ, ନଗର ଉପସଭାପତି ଲିଙ୍ଗରାଜ ନାୟକ, ଵିପିନ ଠାକୁର, ଅଶୋକ ନାୟକ, ଶଙ୍କର ପାତ୍ର ଆସି ମାଁ ଘଣ୍ଟାସୁଣି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।