Odiapua.com

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ AIIMS ରେ ଭର୍ତ୍ତି

ନୂଆ ଦିଲ୍ଲୀ ୨୬-୧୨ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୋମବାର ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ସୀତାରମଣଙ୍କୁ ଏମ୍ସର ପ୍ରାଇଭେଟ ୱାର୍ଡରେ ରଖାଯାଇଛି। ୬୩ ବର୍ଷର ସୀତାରମଣଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏମ୍ସକୁ ନିଆଯାଇଥିଲା। ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିୟମିତ ଯାଞ୍ଚ ପାଇଁ AIIMS ଦିଲ୍ଲୀରେ ଭର୍ତ୍ତି କରାଯାଇଥିବା କୁହାଯାଉଛି।