Odiapua.com

କେନ୍ଦ୍ରୀୟ ସଂଗଠନମାନଙ୍କ ପକ୍ଷରୁ ବିଶାଳ ପଟୁଆର, ୨୭ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ଦେଶ ତମାମ ଦେଶକୁ ସେବା ଯେଗାଉଥିବା ଅଶାକର୍ମୀ, ପାଚିକା, ଅଙ୍ଗନୱାଡ଼ି କର୍ମୀ ସମେତ କୃଷକ ସାଥୀ, ବ୍ୟାଙ୍କ ମିତ୍ର ଆଦି ଲକ୍ଷ ଲକ୍ଷ ଲୋକଙ୍କୁ ଗୋତି ଶ୍ରମିକ ଭାବେ ଗୋତି ଖଟାଉଛନ୍ତି କେନ୍ଦ୍ର ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ସ୍ୱେଛାସେବୀ ଆଖ୍ୟା ଦେଇ ଶୋଷଣ କରିବାରେ ଲାଗିଛନ୍ତି । ଏମାନଙ୍କୁ ଶ୍ରମିକର ମାନ୍ୟତା ନଦେବର ଦୁର୍ଭାଗ୍ୟଜନକ ବୋଲି ମଳିତ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଗତ ୨ବର୍ଷ ଧରି କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ଘୋଷଣା କରିଥିବା ଏସମସ୍ତଙ୍କୁ ବୀମାଭୂକ୍ତ କରିବା ସହ ସେମାନଙ୍କୁ ସେମାନଙ୍କୁ ମାସିକ ୧୮ ହଜାର ଟଙ୍କା ବେତନ ଦେବା, ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା, ୪ଗୋଟି ଶ୍ରମିକ ବିରୋଧୀ ଶ୍ରମ କୋର୍ଡକୁ ପ୍ରତ୍ୟାହାର କରିବା, କୃଷକ ବିରୋଧୀ ୩ଟି କୃଷି କଳା ଆଇନକୁ ପ୍ରତ୍ୟାହାର କରିବା, ସମାନ କାମକୁ ସମାନ ବେତନ ଦେବା, ସ୍କିମ ସଂସ୍ଥାଗୁଡ଼ିକର ଘରୋଇକରଣ ନିଷ୍ପତ୍ତିକୁ ରଦ୍ଦ କରିବା, ଜିଡିପିର ଶତକଡ଼ା ୬ଭାଗ ବଜେଟରେ ସ୍କିମ ୱାର୍କର୍ସଙ୍କ ପାଇଁ ବ୍ୟୟବରାଦ କରିବା ଓ ଦେଶର ସମ୍ପତ୍ତି ଗୁଡ଼ିକୁ କର୍ପୋରେଟ କମ୍ପାନୀକୁ ବିକ୍ରି କରୁଥିବା ମୋଦି ସରକାରଙ୍କ ବିରୁଦ୍ଧରେ ଦେଶବ୍ୟାପୀ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ର ଦେଶବ୍ୟପୀ ପ୍ରତିବାଦ ଡାକରା ଦିଆଯାଇଛି ।

ଏହି ଅବସରରେ ଶୁକ୍ରବାର ଭଦ୍ରକ ବନ୍ତ ଛକ ଠାରୁ ଏକ ବିରାଟ ପଟୁଆର ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଏକ ପ୍ରତିବାଦ ସଭା ଶ୍ରମିକ ନେତା ଦିବ୍ୟସିଂ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆଇଟିୟୁର ରଚନ୍ଦ୍ରଶେଖର ନାୟକ, କାମିନୀ ଭୋଇ, ଏଆଇସିସିଟିୟୁର ଜୟନ୍ତୀ ବିଶ୍ୱାଳ, ଦୀପକ ପରିଡ଼ା, ଜଗନ୍ନାଥ ବେହେରା, ଶାନ୍ତିଲତା ମାଝୀ, ଶାନ୍ତିଲତା ବେହେରା, ପଦ୍ମିନୀ ଖଟୁଆ, ପ୍ରଭାତ ପରିଡ଼ା, ଗାୟତ୍ରୀ ବେହେରା, ଏଆଇଟିୟୁସିର ରମେଶ ଜେନା, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଏଆଇୟୁଟିୟୁସିର ରାମଚନ୍ଦ୍ର ଶଂଖୁଆ, ରମେଶ ନାୟକ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଜନମାରଣ ନିତୀକୁ ତୀବ୍ର ସମାଲୋଚନା କରିଥିଲେ । ସେମାନେ ଆସନ୍ତା ୨୭ ତାରିଖ ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଳୟ ଭୋଇ, ନାରାୟଣ ପାତ୍ର, ମହେଶ୍ୱର ନାୟକ, ବିଷ୍ଣୁ ପ୍ରଧାନ, ସରସ୍ୱତୀ ହାତୀ, ବିଷ୍ଣୁ ଦାସ, ଗୟଧର ବେହେରା, ସେକ କମର, ସେକ ସିକୁ, ସେକ କାଲୁ, ନିର୍ମଳ ରାଉତ, ବାସନ୍ତୀ ଚିତ୍ରକର, ରମେଶ ମାଝୀ, ପାଣ୍ଡବ ଜେନା, ପ୍ରକାଶ ସାମଲ, ଧନଂଜୟ ନାୟକ, ମାନସ ଦଳେଇ, ମନୋରଂଜନ ଦାସ ପ୍ରମୁଖ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ । ଶେଷରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ରାଧା ଦାସ, ସମର ବଳ, କୁମୁଦିନି ଭୋଇ, ମମତା ଜେନା, ମହେଶ୍ୱର ନାୟକ, ଶାନ୍ତିଲତା ନାୟକ, ନାରାୟଣ ପାତ୍ର, ପଦ୍ମିନୀ ପଣ୍ଡା, ସରସ୍ୱତୀ ହାତୀ, ସୀତା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୫ ଦଫା ସମ୍ବଳିତ ଏକ ସ୍କାରକପତ୍ର ପ୍ରଦାନ କରିଥିଲେ ।