Odiapua.com

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସ୍କୃତିକ ସମାରୋହ

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କେନ୍ଦ୍ରୀୟ ବିଦ୍ୟାଳୟ, ଭଦ୍ରକ ଠାରେ ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ, ଭଦ୍ରକ ଜିଲାକୁ ମିଶାଇ ୧୦ଟି କେନ୍ଦ୍ରୀୟ ବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆଧାରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭଦ୍ରକ ଜିଲାର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ଆୟୋଜିତ ହୋଇଥିଲା। ଏଥିରେ ଏକକ ନୃତ୍ୟ, ସାମୁହିକ, ନୃତ୍ୟ, ଏକକ ସଂଗୀତ, ସାମୂହିକ ସଂଗୀତ, ହିନ୍ଦୁ, ଇଂରାଜୀ, କବିତା ଆବୃତ୍ତି, ହିନ୍ଦୁ, ଇଂରାଜୀ ଗଳ୍ପ କଥନ ଏବଂ ଚିତ୍ରକଳା ଆଦି ପ୍ରତିଯୋଗିତାରେ ପିଲାମାନେ ଅଂଶଗ୍ରହଣ କରି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ବିଶେଷରୂପେ ବିଦ୍ୟାଳୟର ଅନୁଭବ ଶିକ୍ଷିକା ସୁକାନ୍ତି ମିଶ୍ର, ସୁରେନ୍ଦ୍ର କୁମାର ରାଉତ ଏବଂ ଦକ୍ଷ ଶିକ୍ଷକ କିଶୋର କୁମାର ଦାସଙ୍କ ପରିଚାଳନାରେ ବିଦ୍ୟାଳୟର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସାଫଲ୍ୟ ମଣ୍ଡିତ କରାଇଥିଲେ। ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା।