Odiapua.com

କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନା ନେଇ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରୀୟ ବଜେଟ–୨୦୨୬ର ନୂତନ ସଂସ୍କାର ଓ ଜନହିତକାରୀ ପ୍ରାବଧାନ ସମ୍ପର୍କରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ହସ୍ତତନ୍ତୁ ଓ ବସ୍ତ୍ର ବିଭାଗ ମନ୍ତ୍ରୀ, ଓଡ଼ିଶା ସରକାର ପ୍ରଦୀପ ବଳ ସାମନ୍ତ ଏବଂ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ବଜେଟ ଜନସାଧାରଣ, କୃଷକ, ଯୁବକ, ମହିଳା ଓ ଦେଶର ସାର୍ବିକ ବିକାଶ ପାଇଁ ଏକ ମଜବୁତ ଭିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ପୂର୍ବତନ ବିଜେପି ସଭାପତି ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।