Odiapua.com

କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଓ କେନ୍ଦ୍ରସରକାରଙ୍କ ଅର୍ଥ ଉପସଚିବ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ମାଲକାନଗିରି,୨୫ା୨ (ଓଡିଆ ପୁଅ ) କେନ୍ଦ୍ରୀୟ ପ୍ରଭାରୀ ଓ କେନ୍ଦ୍ରସରକାରଙ୍କ ଅର୍ଥବିଭାଗର ଉପସଚିବ ବରିଷ୍ଠ ଆଇଏଏସ ଅଫିସର ରଜତକୁମାର ମିଶ୍ର ମାଲକାନଗରି ଜିଲ୍ଲାଗସ୍ତକରି ଜିଲ୍ଲାଗ୍ରାମଉନ୍ନୟନ ସମ୍ମିଳନୀ ଗୃହରେ ଆୟୋଜିତ ଉନ୍ନୟନ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଜିଲ୍ଲାରେ ଚାଲିଥିବା ସ୍ୱାସ୍ଥ୍ୟ,ଶିକ୍ଷା, ପାନୀୟଜଳ, ସାଧାରଣ ବଟଂନ,ସ୍କିଲଡେଭଲ୍ପମେଟଂ,ନରେଗା, କୃଷୀ ,ମତ୍ସ୍ୟଚାଷ,ଉଦ୍ୟାନ ବିଭାଗ, ପ୍ରଧାନମନ୍ତ୍ରୀ ମତ୍ସସପଂଦ ଯୋଜନା,ଓଡିଓପି ,ଜିଓଆଇ ଯୋଜନା ସହିତ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟର ପ୍ରତି ଗୁରତ୍ୱ ଦେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପାଲ ଡ. ୟେଦୁଲା ବିଜୟ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଫୁଲକୁମାର ନନ୍ଦ, ମୁଖ୍ୟ ଜିଲ୍ଲାକୃଷି ଅଧିକାରୀ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ,ମତ୍ସବିଭାଗ ଉପନିର୍ଦ୍ଦେଶକ, ବିଡିଓ,ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।