Odiapua.com

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଙ୍ଗଠନ ପକ୍ଷରୁ ସିପିଆଇଏମ ର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲାରେ ହରତାଳ ଓ ରାସ୍ତାରୋକ ଆନ୍ଦୋଳନ

ମାଲକାନଗିରି,୨୬ା୧୧ (ଓଡିଆ ପୁଅ )କୃଷକ ଶ୍ରମିକ ଆଇନ ମାରଣ ନିତୀ ଦରଦାମ ବୃଦ୍ଧି କୁ ବିରୋଧକରି ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଙ୍ଗଠନ ପ କ୍ଷରୁ ସିପିଆଇଏମ ର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲାରେ ହରତାଳ, ରାସ୍ତାରୋକ ଆନ୍ଦଳ ଓ ସାରଣ ଧର୍ମଘଟ ଅନୁଷ୍ଟିତ ହୋଇ ଯାଇଛି । କୃଷକ ବିରୋଧି ,ଶ୍ର୍‌ମିକ ବିରୋଧି ଶ୍ରମ ଆଇନର ପ୍ରତ୍ୟାହାର,ରଷ୍ଠ୍ରୀୟତ ଉଦ୍ୟୋଗର ଘରୋଇ କରଣ ବନ୍ଦ,ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା,ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସକୁ ୧୦କେଜି ଚାଉଳ,କରୋନା ରୋଗୀଙ୍କୁ ମାଗଣା ପରୀକ୍ଷା ଓ ଚିକିତ୍ସା,କାମ ଦିଅ ନଚେତ ବେକାରୀ ଭତା,ମୂଆ ଶିକ୍ଷାନିତୀ ୨୦୨୦ ପ୍ରତ୍ୟାହର,ନିମ୍ମ ଓ କ୍ଷୁଦ୍ର ଚାଷୀ ମାନଙ୍କୁ କୃଷିରୁଣ ଛାଡ କରିବା,ସଂଖ୍ୟାଲଘୁ ଓ ଦଳିତ ମାନଙ୍କ ଉପରେ ନୃଶଂସ,ନିର୍ଯ୍ୟାତନା ଓବିଭେଦ ମୂଳକ କାର୍ଯ୍ୟକୁ ବନ୍ଦ କରିବା , ନୂତନ କୃଷକ ଆଇନକୁ ବିରୋଧ ଓ କନ୍ଦ୍ରସରକାରଙ୍କ ଦ୍ୱାରା ସଂଶୋଧନ କରାଯାଇଥିବା କୃଷକ ବିଧେୟକ-୨୦୨୦,ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ସଂଶୋଧନ ତଥା ବିଦ୍ୟୁତ ଆଇନ୨୦୨୦ ବିରୋଧରେ ପ୍ରତିବାଦ ସହ ଆନ୍ଦୋଳନ କରାଯାଇଥିଲା । କୃଷିଜାତ ସାମଗ୍ରୀର ସବ ର୍ନିମ୍ମ ସହାୟକ ମୂଲ୍ୟ ନିର୍ଦ୍ଦାରଣ ନିୟନ୍ତ୍ରଣ ମୁକ୍ତ ହେବ,ଇ-ମାର୍କେଟ ନାମରେ ମଣ୍ଡି ବ୍ୟବସ୍ଥା ବିଲୋପ ହେବ,ଚାଷୀ ନିଜ ଫସଲ ପାଇଁ ମୂଲ୍ୟଧାର୍ଯ୍ୟ କରିପାରିବା ନାହିଁ,ଏହା ଦ୍ୱାରା ବ୍ୟବସାୟୀ ମାନେ ଲାଭବାନହେବେ,ଫଳରେ ସାଧରାଣ ଖାଉଟି ଅସୁବିବାଧର ସମ୍ମୁଖିନ ହେଉଥିବା ବେଳେ ଲାଭଖୋର ବ୍ୟବସାୟୀ ମାନେ ମାଲ ଗଛିତ ରଖି ଲାଭବାନ ହେବେ । ଏହା ଦ୍ୱାରା ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିବ,ଏଣୁ ସରକାର ତୁରନ୍ତ ଏହି ବିଲ ପ୍ରତ୍ୟହାର କରିବା ପାଇଁ ଆଜି ଜିଲ୍ଲା ସପିଆଇଏମ ଦଳର ଆବାହକ ବ୍ରଜମାଝୀ ଙ୍କ ନେତୃତ୍ୱରେ ଲକଡାଉନ ନିୟମ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ସିପିଆଇଏମ କର୍ମୀ,କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଭା, କିଷାନ ସଂଘର୍ଷ ସମନ୍ୱୟ ସମିତି ର କର୍ମକର୍ତା ମାନେ ମାଲକାନଗିରି ବାଲିମେଳା ଛକ ଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ । ଏହି ବିକ୍ଷୋଭ ଓ ସୋଭା ଯାତ୍ରାରେ ଅନ୍ୟାନମାନଙ୍କ ମଧ୍ୟରେ ଜିଲ୍ଲା ଏସି,ଏସଟି,ଓବିସି ସଂଘ ସଭାପତି ଘେନୁମୁଦୁଲି,ସିପିଆଇଏମ ଜିଲ୍ଲା କମିଟି ସଭ୍ୟ ଭୂପେଶକର୍ମକାର,କୁଷ୍ଣ ପାଣ୍ଡି,ଭିଷ୍ମପାଙ୍ଗି ପ୍ରମୁଖ ସିପିଆଇଏମ କର୍ମୀ ମାନେ ଉପସ୍ଥିତ ଥିଲେ । ଆଜିର ଭାରତ ବନ୍ଦଡାକରାରେ ଜିଲ୍ଲାସଦର ମହକୁମାଠାରେ ହାତ ଗଣତି କେତୋଟି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ଥିବା ବେଲେ ଅଧିକାଶଂ ଦୋକନ ବଜାର ବନ୍ଦ ସହ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପୁଲିସ ପ୍ରଶାସନ ପ କ୍ଷରୁ ସହରରେ କଢା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।