Odiapua.com

କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଚଢାଉ, ୬ ଶହ ଲିଟର ମଦ ଜବତ, ଦୁଇଜଣ ଗିରଫ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କଟକସ୍ଥିତ କେନ୍ଦ୍ର ଅବକାରୀ ଗୁଇନ୍ଦା ବିଭାଗ ଭଦ୍ରକ-ବାଲେଶ୍ୱର ଜିଲାର ସୀମା ଅଡା ନିକଟରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାଲେଶ୍ୱରରୁ ଏହି ରାସ୍ତା ଦେଇ ଭଦ୍ରକକୁ ଚୋରା ଦେଶୀମଦ ଚାଲାଣ ହେଉଥିବା ବିଷୟ ଅବକାରୀ କମିଶନର ଆଶିଷ ସିଂ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ପରେ ଏ ବିଷୟରେ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କୁ ଅବଗତ କରାଇବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଅଡା ଅଂଚଳରେ ଛକି ବସିଥିଲେ । ଇତିମଧ୍ୟରେ ଏକ ବୋଲେରୋରେ ୬୦୦ ଲିଟର ଦେଶୀ ମଦ ଯାଉଥିବା ସମୟରେ ଏହି ଟିମ୍ ଚଢାଉ କରି ଗାଡି ସହ ମଦକୁ ଜବତ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।