Odiapua.com

କେନ୍ଦ୍ରାପଡ଼ା ଜିଲ୍ଲାବ୍ୟାପୀ ପରିଭ୍ରମଣ କରିବ ଅହିଂସା ରଥ

କେନ୍ଦ୍ରାପଡ଼ା, ୧୩ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନମାନସରେ ଉଜ୍ଜୀବିତ କରି ରଖିବା ପାଇଁ ଓଡିଶା ସରକାର ରାଜ୍ୟବ୍ୟାପୀ ଅହିଂସା ରଥର ପରିଭ୍ରମଣ କାର୍ଯ୍ୟକ୍ରମ ଚାଲୁରଖିଛନ୍ତି। ଏହା ଗତ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟ ରାଜଧାନୀରେ ସମାପନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୨୩ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ(୨ଦିନ) କେନ୍ଦ୍ରାପଡା ଜିଲ୍ଲା ବ୍ୟାପୀ ଅହିଂସା ରଥ ପରିଭ୍ରମଣ କରିବ। ୨୩ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟ୍ ସମୟରେ ଇନ୍ଦୁପୁର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଯାଜପୁର ଜିଲ୍ଲା ପ୍ରଶାସନ ଅହିଂସା ରଥ-୧ ଓ ଅହିଂସା ରଥ-୨କୁ କେନ୍ଦ୍ରାପଡା ଜିଲ୍ଲାକୁ ହସ୍ତାନ୍ତର କରିବେ। ଅହିଂସା ରଥ-୧ ଇନ୍ଦୁପୁର ଧୂମାତ, ଘାଗରା ଚନ୍ଦନପୁର ଦେଇ ରାଜକନିକା ବ୍ଲକର ବାଘବୁଦା ଏସ.ଏନ କଲେଜ, ଓଳାଭର, ଆଳି ବ୍ଲକର ଆଳି ମାର୍କେଟ, ନିଆଳ ମାର୍କେଟ, ଚଣ୍ଡିଆଗଡ ଛକରେ ବିଭିନ୍ନ କାର୍ଯ୍ୟକ୍ରମ ସମାପ୍ତ କରି ପଟ୍ଟାମୁଣ୍ଡାଇ ବ୍ଲକରେ ରାତ୍ର ରହଣି କରିବ। ୨୪ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକର ଏମ.ଏନ ହାଇସ୍କୁଲ, ପି.ଏଲ ବିଦ୍ୟାପୀଠ ଚନ୍ଦନନଗର, ରାଜନଗର ବ୍ଲକର ବିଜୁ ପଟ୍ଟନାୟକ ପାର୍କ, ରାଜନଗର ହାଇସ୍କୁଲ, ମହିଷାସୁର ଗ୍ରାମପଞ୍ଚାୟତ ଅଫିସ ଓ ହାତିନା ଗ୍ରାମ ପଞ୍ଚାୟତ ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ମହାକାଳପଡା ବ୍ଲକ ପରିସରରେ ରାତ୍ର ରହଣି କରିବ। ସେହିପରି ଅହିଂସା ରଥ-୨ ୨୩ତାରିଖ ଦିନ ଇନ୍ଦୁପୁରର ଡେରାବିଶ ବ୍ଲକ ସନ୍ତପୁରା, ସରକାରୀ ପଲିଟେକନିକ କଲେଜ ଛତା, ଡେରାବିଶ କଲେଜ, ବଡସଲାର ଗାନ୍ଧୀ ପୀଠ, କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ଗରାପୁର ଛକ, ସରକାରୀ ଉଚ୍ଚ ବିଦ୍ୟାଳୟ ଛକ(ଆନନ୍ଦ ଚନ୍ଦ୍ର ଜେନା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ), ତୁଳସୀ ମହିଳା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବାପରେ କେନ୍ଦ୍ରାପଡା ବ୍ଲକ ପରିସରରେ ରାତ୍ର ରହଣି କରିବ। ୨୪ତାରିଖରେ ଶ୍ୟାମସୁନ୍ଦରପୁର-ବସପୁର ପୋଲଦେଇ ମାର୍ଶାଘାଇ ବ୍ଲକର ଜୟରାମ ୫-ଟି ଉଚ୍ଚ ବିଦ୍ୟାଳୟ, ଗରଦପୁର ବ୍ଲକର ମାହାଳ, କୋରୁଆ ମାର୍କେଟ, ଗରଦପୁର ମାର୍କେଟ, ପାଟକୁରା ବଜାର ଦେଇ ମାର୍ଶାଘାଇ ବ୍ଲକର ମାର୍ଶାଘାଇ କଲେଜଠାରେ ପହଞ୍ôଚବେ। ଏହାପରେ ରଥଟି କେନାଲ ବ୍ରିଜ ଦେଇ ମହାକାଳପଡା ବ୍ଲକର ମହାକାଳପଡା ବଜାର ବାଲିପଡା ଛକ, ଛପାଲି ବଜାର ଓ ରାମନଗର ବଜାର କାର୍ଯ୍ୟକ୍ରମ ସାରି ମହାକାଳପଡା ବ୍ଲକ ପରିସରରେ ରାତ୍ର ରହଣି କରିବ। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରଥ ପରିଭ୍ରମଣ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ୨୫ତାରିଖ ୯ଘଟିକା ସମୟରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଭୁତୁମୁଣ୍ଡାଇଠାରେ ଅହିଂସା ରଥ-୧ ଓ ଅହିଂସା ରଥ-୨କୁ ଜଗତସିଂହପୁର ଜିଲ୍ଲାପ୍ରଶାସନକୁ ହସ୍ତାନ୍ତର କରିବେ।