Odiapua.com

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିବା ସହିତ ଦୈନିକ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ। ସମର ଶିକ୍ଷାର୍ଥୀ ବାହିନୀର ମେଜର ଜ୍ଞାନ ରଞ୍ଜନ ମହାନ୍ତି, ଲେପ୍ଟନାଣ୍ଟ ସୀମା ମହାନ୍ତି, ଜାତୀୟ ସେବା ସଂସ୍ଥାର ଅଧିକାରୀ ପ୍ରମୋଦ କୁମାର ବେହେରା, ଜ୍ଞାନ ରଞ୍ଜନ ଦାସ, ଗୌରପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ। ଯୋଗଗୁରୁ ସୁମନ୍ତ ଶେଖର ପଲେଇ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱେଚ୍ଛାସେବୀ ଓ କାଡେଟ୍‌ମାନଙ୍କୁ ଯୋଗ ଶିଖାଇଥିଲେ। ବିଭିନ୍ନ ପ୍ରକାର ଯୋଗ ଶିଖାଯିବା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷର ଚାରାଗଛ ରୋପଣ କରାଯାଇଥିଲା। ଶେଷରେ କ୍ରୀଡା ଶିକ୍ଷୟିତ୍ରୀ ପ୍ରତିମାରାଣୀ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।