Odiapua.com

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶିବିର

କେନ୍ଦ୍ରାପଡ଼ା ୧୩ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ସ୍ୱତନ୍ତ୍ର ପୂଜା ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଶିବିରର ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା ଏବଂ ମିନତୀ କାଣ୍ଡି ଏହି ସେବା ଶିବିରର ପରିଚାଳନା କରିଥିଲେ। ଏହି ଅବସରରେ ସେବା ଯୋଜନାର ଶିବିରାର୍ଥୀ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରରୁ ବାହାରି ତିନିମୁହାଣି ଛକ ଦେଇ କେନ୍ଦ୍ରାପଡା ସହର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ନିବାରଣ ଉପରେ ସଚେତନ କରାଇଥିଲେ। ଏଥିସହିତ ମହାବିଦ୍ୟାଳୟ ପରିସରକୁ ଶିବିରାର୍ଥୀମାନେ ସଫେଇ କରିବା ସହିତ କଲେଜ ପରିସରରେ ପିସ୍ତାବାଦାମ, ଝାଉଁ, ପିଜୁଳି, ରାଧାଚୁଡା, କୃଷ୍ଣଚୁଡା ପ୍ରଭୃତି ଗଛର ଚାରା ରୋପଣ କରିଥିଲେ। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୭ଦିନ ଧରି ଚାଲିବ। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ସମ୍ପାଦକ ବ୍ରଜ ନାରାୟଣ ପାତ୍ର ଯୋଗଦେଇଥିଲେ। ଅଧ୍ୟାପକ ଗୈାରହରୀ ଷଡଙ୍ଗୀ, ଅଧ୍ୟାପକ ଅଶୋକ କୁମାର ଦାସ, ଜାତୀୟ ସେବା ଯୋଜନାର ପ୍ରାକ୍ତନ ସ୍ୱେଛାସେବୀ ଗୈାତ୍ତମ ସାହୁ, ସତ୍ୟବ୍ରତ ପ୍ରଧାନଙ୍କ ସମେତ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ।