Odiapua.com

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନ ଶ୍ରେଣୀର ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନଶ୍ରେଣୀ ପକ୍ଷରୁ ମଙ୍ଗଳବାର “ଆଧୁନିକ ଭାରତ ନିର୍ମାଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏହି ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡଃ. ପ୍ରିୟଦର୍ଶୀ କରବିଷୟ ବିଶେଷଜ୍ଞ ଭାବେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଆଧୁନିକ ଭାରତ ନିର୍ମାଣର ପ୍ରକ୍ରିୟା ପ୍ରଥମେ ଆଧୁନିକ ମଣିଷ ରାଜା ରାମମୋହନ ରାୟଙ୍କଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ପର୍ଯ୍ୟନ୍ତ ଅବ୍ୟାହତ ଥିଲା। ୧୮ଶହ ମସିହାରୁ ଆରମ୍ଭ କରି ୧୯୫୦ ମସିହା ପର୍ଯ୍ୟନ୍ତ ଏହି ଧାରା ଆମ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ଜୀବନକୁ ମୌଳିକ ଭାବରେ ପ୍ରଭାବିତ ଓ ପରିବର୍ତ୍ତିତ କରିଥିଲା। ବ୍ରିଟିଶ ଶାସନର େଔଜଲ୍ୟରେ ଭାରତର ମଧ୍ୟବିତ୍ତ ଶ୍ରେଣୀ ଏଥିରେ ଆକର୍ଷିତ ହୋଇ ଏହାର ସହଯୋଗୀ ପାଲଟିଥିଲେ। େଔପନିବେଶିକ ଶାସନର ଶୋଷଣରେ ଭାରତ ଭଳି ଏକ ସର୍ବସମ୍ପନ୍ନ ରାଷ୍ଟ୍ର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇପଡିଥିଲା। ଯେଉଁ ମଧ୍ୟବିତ୍ତଶ୍ରେଣୀ ଶାସନର ସହଯୋଗୀ ଥିଲେ ସେମାନେ ବ୍ରିଟିଶ ଶାସନର ତୀବ୍ର ବିରୋଧି ପାଲଟିଥିଲେ। ଆନ୍ଦୋଳନର ଏହି ଧାରା ୧୮୫୭ମସିହାରୁ ଆରମ୍ଭ ହୋଇ ୧୯୪୭ ମସିହା ପର୍ଯ୍ୟନ୍ତ ଅବ୍ୟାହତ ଥିଲା। ବ୍ରିଟିଶ ଶାସନ ପ୍ରକାରାନ୍ତରେ ଆଧୁନିକ ଭାରତ ନିର୍ମାଣର କାରଣ ହୋଇଥିଲା। ଭାରତର ଭୌଗଳିକ ସଂହତିକୁ ସୁଦୃଢ କରିବାସହ ଆଧୁନିକ ସାଧନ ଯଥା ଟ୍ରେନ ଚଳାଚଳ, ଡାକ, ଶିକ୍ଷା, ବିଚାର ଓ ସାଂସ୍କୃତିକ ବିନିମୟ ଇତ୍ୟାଦି ଆଧୁନିକ ଭାରତ ନିର୍ମାଣର କାରଣ ହୋଇଥିଲା। ଏଥିରେ ରାଜା ରାମମୋହନ ରାୟ, ଦୟାନନ୍ଦ ସରସ୍ୱତୀ ଉଦାରପନ୍ଥୀ ଓ ଚରମପନ୍ଥୀ ନେତୃବୃନ୍ଦ, ବିବେକାନନ୍ଦ, ସୁଭାଷ ବୋଷ, ସାମ୍ୟବାଦୀ ଗୋଷ୍ଠୀ ଓ ମୁସଲିମ ସଂଗଠନ, ଆମ୍ବେଦକରଙ୍କ ସମେତ ସମସ୍ତ ନେତୃମଣ୍ଡଳୀଙ୍କ ଅବଦାନ ରହିଥିଲା। ଗାନ୍ଧିଜୀ ସମ୍ଭ୍ରାନ୍ତ ଓ ସାଧାରଣ ସମସ୍ତଙ୍କୁ ଏକତ୍ର କରି ଆଧୁନିକ ଭାରତର ପ୍ରାଣ ପ୍ରତିଷ୍ଠା କରିଥିଲେ। ଏହି ଆଲୋଚନା ଚକ୍ରରେ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ପତି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ +୩ ର ଛାତ୍ରୀ ସାଇନା ସାମନ୍ତରାୟ। ଅଧ୍ୟାପିକା ଶ୍ରଦ୍ଧାଞ୍ଜଳୀ ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅଧ୍ୟାପକ ତୁଷାରକାନ୍ତି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ +୩ ଇତିହାସର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।