Odiapua.com

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍‌.ସି.ସି ବିଭାଗ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ତିଥିକୁ “ପରାକ୍ରମ”ଦିବସ ରୂପେ ପାଳନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରି ‘ପରାକ୍ରମ’ ଦିବସର ତାତ୍ପର୍ଯ୍ୟତା ସମ୍ପର୍କରେ ଆଲୋକପାତ କରିଥିଲେ। ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଏନସିସି କ୍ୟାଡେଟମାନଙ୍କୁ ଆହ୍ୱାନ ଦେଇଥିଲେ। ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏବଂ ବାଳକ ବିଭାଗ ଏନସିସି ଅଫିସର ମେଜର ମନୋରଞ୍ଜନ ମହାନ୍ତି ନେତାଜୀଙ୍କ ବୀରତ୍ୱ ଓ ବୈପ୍ଲବିକ ଚିନ୍ତାଧାରା ଉପରେ ଆଲୋକ ପାତ କରିଥିଲେ। ବାଳକ ବିଭାଗର ଜୁନିୟର ଅଣ୍ଡର ଅଫିସର ଇବ୍ରାହିମ ସର୍ଦ୍ଦାର ଏବଂ କ୍ୟାଡେଟ ପ୍ରଜ୍ଞା ପରମିତା ଷଣ୍ଡ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପରିଶେଷରେ ବାଳିକା ବିଭାଗ ଏନସିସି ଅଫିସର ଲେଫ୍ଟନାଣ୍ଟ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।