Odiapua.com

କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୩/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ ) – – କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ଆସନ୍ତା ଡିସେମ୍ବର ୧୯ତାରିଖରେ ହେବାକୁଥିବା ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ତାନୀୟ ପୁରୁଣା ବସଷ୍ଟାଣ୍ଡସ୍ଥିତ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବ ସମସ୍ୟାକୁ ଦୂର କରିବା ନିମନ୍ତେ କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସ୍ଥାନୀୟ ଗରାପୁରସ୍ଥିତ ସୈାଭାଗ୍ୟ ମଣ୍ଡପ ପରିସରରେ ହେବାକୁ ଥିବା ଏହି ଶିବିରରେ ସ୍ୱେଛାକୃତ ଭାବେ ରକ୍ତଦାନ କରିବା ପାଇଁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନକୁ କ୍ଲବ ପକ୍ଷରୁ ନିବେଦନ କରାଯାଇଛି। ତେବେ ଏହି ଶିବିରରେ କୋଭିଡ ନିୟମ ପାଳନ ପ୍ରତି ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ କଟକର ବାରବାଟୀ ସାଇକ୍ଲିଷ୍ଟ ଆଣ୍ଡ ଆଡଭେନଚର କ୍ଲବର ସଦସ୍ୟମାନେ ସାଇକେଲ ଚାଳନା କରି ଏଠାରେ ପହଁଚି ରକ୍ତଦାନ କରିବା ପାଇଁ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି। ଏହି ଶିବିରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡା- ବୀରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ମାତୃଦତ୍ତ ମହାନ୍ତି, ସୁଭାଶିଷ ଜେନା, ଗଙ୍ଗାଧର ଦଳେଇ, ପ୍ରଶାନ୍ତ ନାୟକଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।