Odiapua.com

କେନ୍ଦ୍ରାପଡା ସହରରେ ଡେଟଲ ଲିକୁଇଡର କଳାବଜାରୀ

କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ମହାମାରୀ ସଂକ୍ରମଣ ସମୟରେ ସାଧାରଣ ଭାବେ ଲୋକମାନଙ୍କର ଆବଶ୍ୟକ ପଡୁଥିବା ଡେଟଲ ଲିକୁଇଡର କେନ୍ଦ୍ରାପଡା ସହରରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ୫ଶହ ମିଲି ଲିଟର ଡେଟଲ ଲିକୁଇଡ ବୋତଲର ବଜାର ମୂଲ୍ୟ ୧୬୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏବେ ସେହି ଡେଟଲ ବୋତଲକୁ ୨୧୦ ଟଙ୍କାରେ କଳାବଜାରୀ କରି ବିକ୍ରୀ କରାଯାଉଥିବା ଅଭିଯୋଗ ହେଉଛି। ସେହି ଡେଟଲ ବୋତଲ ଉପରେ କମ୍ପାନୀ ଲେଖିଥିବା ମୁଲ୍ୟ ଉପରେ ୨୧୦ଟଙ୍କାର ଅନ୍ୟ ଏକ ଜାଲ ଷ୍ଟିକର ମରାଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ମାର୍କେଟରେ ଏଭଳି କରାଯାଇଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଘଟଣାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।