Odiapua.com

କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘ ଗଠିତ

କେନ୍ଦ୍ରାପଡା ୨୯/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଗୋପଛକସ୍ଥିତ ଗାଇଡ ମାଧ୍ୟମିକ ଆବାସିକ ବିଦ୍ୟାଳୟ ପରିସରରେ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘ ଗଠିତ ହୋଇଯାଇଛି। କେନ୍ଦ୍ରାପଡା ସହରର ପ୍ରାୟ ୩୦ଜଣ ରସାବଳି ନିର୍ମାତା ସାମାଜିକଦୂରତା ରକ୍ଷାକରିବା ସହିତ ମାସ୍କ ପରିଧାନକରି ଏକାଠି ହୋଇଥିଲେ। ରସାବଳି ନିର୍ମାତାମାନଙ୍କର ମୈାଳିକ ସମସ୍ୟା ସମାଧାନ କରିବା ସହ ରସାବଳିକୁ ଜି-ଆଇ-ମାନ୍ୟତା ପ୍ରଦାନ ପାଇଁ ସଙ୍ଘର୍ଷ କରିବାକୁ ସଙ୍କଳ୍ପ କରିଥିଲେ। ସରୋଜ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଆହୁତ ଏହି ସମାବେଶରେ ଭୁବନମୋହନ ଜେନା, ଦେବେନ୍ଦ୍ର କୁମାର ସୁଆର, ହରେକୃଷ୍ଣ ବରାଳ, ନିରଞ୍ଜନ ମେକାପ, ସୁକାନ୍ତ କୁମାର ଦ୍ୱିବେଦୀ, ସରୋଜ କୁମାର ବିହାରି, ଅମିତାଭ ସୁଆର, ହେମନ୍ତ ପରିଡାଙ୍କ ସମେତ ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ରସାବଳି କେନ୍ଦ୍ରାପଡାର ଖାଦ୍ୟ ସଂସ୍କୃତିର ଉକଷ୍ଟତାର ପରିଚୟ। ଏହା ଆମର ଅସ୍ମିତା। ଆମ ପୂର୍ବଜମାନଙ୍କର ଏହି ମିଷ୍ଟାନ୍ନ ଆମର ଗୈାରବ। ଏହି ମିଷ୍ଟାନ୍ନର ଜି-ଆଇ-ଟ୍ୟାଗ କରିବାକୁ ଉପସ୍ଥିତ ବୁଦ୍ଧିଜୀବିମାନେ ସମସ୍ତ ନିର୍ମାତା ଭାଇ ଓ ପ୍ରଶାସନ, ସରକାର, ନେତୃମଣ୍ଡଳିଙ୍କୁ ଆହ୍ୱାନ କରିଥିଲେ। ପରିଶେଷରେ ଏହି ସଙ୍ଘର ସଭାପତି ଭାବେ ସୈାରଚନ୍ଦ୍ର ସାହୁ, ଉପସଭାପତି ଭାବେ ବୈଷ୍ଣବ ଚରଣ ପଣ୍ଡା, ସମ୍ପାଦକ ଭାବେ ବଳରାମ ସାହୁ, ସହସମ୍ପାଦକ ଭାବେ କରୁଣାକର ସାହୁ ଓ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ପୃଷ୍ଟି ନିର୍ବାଚିତ ହୋଇଥିଲେ। ଏଥିରେ ପ୍ରାୟ ୩୦ଜଣ ରସାବଳି ନିର୍ମାତା ଯୋଗଦେଇଥିବା ବେଳେ ପରିଶେଷରେ ସୁରେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।