Odiapua.com

କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ହରଘର ତ୍ରୀରଙ୍ଗା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ପ୍ରଥମ ଥର ପାଇଁ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅବସରରେ ଏକ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେତା ତଥା କୃତି ପ୍ରତିଭାମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କୃତ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା। ସମ୍ପୂର୍ଣ୍ଣ ମହାବିଦ୍ୟାଳୟର ପରିସରକୁ ତ୍ରୀରଙ୍ଗାରେ ସଜାଯାଇଥିଲା। ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ପ୍ରମୋଦ କୁମାର ବେହେରା ଓ ଏନସିସି ଅଫିସର ମେଜର ମନୋରଞ୍ଜନ ମହାନ୍ତିଙ୍କତ୍ତତତ୍ୱାବଧାନରେ ଜାତୀୟ ସେବାସଂସ୍ଥାର ସ୍ୱେଛାସେବୀ ଓ ଏନସିସି କ୍ୟାଡେଟ ଏବଂ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମହାବିଦ୍ୟାଳୟରେ ତିନି ଦିନ ବ୍ୟାପି ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ଦିବସ ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ସେବାରେ ନିୟୋଜିତ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିବା ସହ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଏନସିସି କ୍ୟାଡେଟମାନଙ୍କ ଦ୍ୱାରା ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଜ୍ଞାନେନ୍ଦ୍ର ଦାଶ, ମୋନାଲିସା ସିଂ, ପ୍ରଫେସର ରଞ୍ଜିତ କୁମାର ଦାସ, ଡଃ. ଗୈାରପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ, ଡଃ. ରେବତୀ କର, ଡଃ. ରତ୍ନମଞ୍ଜରୀ ଦାଶ, ଅଚ୍ୟୁତ ମହାରଣା ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। ଶେଷରେ ପ୍ରୋଗ୍ରାମ ଅଧିକାରୀ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।