Odiapua.com

କେନ୍ଦ୍ରାପଡା ବିଡିଓଙ୍କ ବଦଳି ପ୍ରତିବାଦରେ ସରପଞ୍ଚ, ସମିତିସଭ୍ୟଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ହଠାତ୍ ବଦଳିକୁ ନେଇ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ବିଡିଓଙ୍କ ବଦଳିକୁ ବିରୋଧ କରି ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାମାନେ କଂସାର ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ବ୍ଲକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରାଇ ରାଜ୍ୟସ୍ତରରେ କେନ୍ଦ୍ରାପଡା ବ୍ଲକକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା କେନ୍ଦ୍ରାପଡା ବିଡିଓ ଶ୍ରୀ ଦାସଙ୍କ ବଦଳି ନିଷ୍ପତ୍ତି ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବିଡିଓ ଶ୍ରୀ ଦାସଙ୍କ ବଦଳି ଦ୍ୱାରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ବିଡିଓ ଶ୍ରୀ ଦାସଙ୍କ ବଦଳି ନିଷ୍ପତ୍ତିକୁ ବାତିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ସୁପାରିଶ କରିବା ସହିତ ବିଡିଓଙ୍କୁ ଭାରମୁକ୍ତ ନକରିବା ପାଇଁ ସରପଞ୍ଚ ଓ ସମିତିସଭ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ କପାଳେଶ୍ୱର ସରପଞ୍ଚ ଗାୟତ୍ରୀ ମହାନ୍ତି, ଭରତପୁର ସରପଞ୍ଚ ଜୀନତ୍ ପ୍ରିୟଦର୍ଶିନୀ ରାଉତ, ଭାଗବତପୁର ସରପଞ୍ଚ ଧରଣୀଧର ଦାସ, ଚକ୍ରୋଡା ସରପଞ୍ଚ ବସନ୍ତ କୁମାର ରାଉତ, ଓସ୍ତପୁର ସମିତିସଭ୍ୟ ପ୍ରସନ୍ନ ରାଉତ, ଢୋଲ ସରପଞ୍ଚ ଝୁନା ମଳିକ, ଗୁଲନଗର ସରପଞ୍ଚ ପିତବାସ ବେହେରା, ଭାଗବତପୁର ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ବଗଡା ସମିତିସଭ୍ୟା ସୈାଦାମିନୀ ଦାସ, ପଳସିଂହା ସରପଞ୍ଚ କାଦମ୍ବିନୀ ମହାପାତ୍ର, ପ୍ରମୋଦ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ରାଉତ, ସନ୍ତୋଷ କୁମାର ବେହେରା, ଗଗନ ବିହାରୀ ସାହୁ, ମାନିନୀ ମଳିକ, ହେମନ୍ତ କୁମାର ମଳିକ, ସୁଶିଳା ରାଉତ, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡେଇ, ରମେଶ ଚନ୍ଦ୍ର ମଳିକ, ରୀନା ମଳିକ, ୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।