Odiapua.com

କେନ୍ଦ୍ରାପଡା ପୋଲିସ ଦ୍ୱାରା ବିଭିନ୍ନ ମଦ ଦୋକାନ ଉପରେ ଚଢାଉ ଓ ସଟଡାଉନ

କେନ୍ଦ୍ରାପଡା ୨୫/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କୋଭିଡ ପ୍ରୋଟକଲକୁ ଅନୁସରଣ ନକରି ସାମାଜିକ ଦ୍ୱରତା ରକ୍ଷା ନକରିବା ମହଙ୍ଗା ପଡିଛି ମଦ ଦୋକାନୀମାନଙ୍କୁ। ତିନିମୁହାଣି ଛକରେ ଥିବା ୨ଟି ମଦବାର ଏବଂ କାଉଁଟର ସମେତ ନୂଆ ବସଷ୍ଟାଣ୍ଡରେ ଥିବା ସ୍ୱାଦବାର ଉପରେ କେନ୍ଦ୍ରାପଡା ପୋଲିସ ପକ୍ଷରୁ ଚଢାଉ କରାଯାଇ ସଂପୃକ୍ତ ଦୋକାନ ଓ ବାର ଗୁଡିକୁ ସଟଡାଉନ କରିଦିଆଯାଇଛି। ଏଥିସହିତ ଥାନା କେଶ ନମ୍ବର ୧୨୧/୨୦୨୦ ଏକ ମାମଲା ରୁଜୁ କରାଯାଇ ଗୋପବନ୍ଧୁ ନାୟକଙ୍କୁ ଗିରଫ କରାଯାଇଥିବା ସହ କେଶନମ୍ବର ୧୨୨/୨୦୨୦ ରେ ବଙ୍ଗାଳି ସେଠୀ, ନୃସିଂହ ସେଠୀ, ଦେବେନ୍ଦ୍ର ଦାସ, ସରୋଜ କାନ୍ତ ରାଉତ ଓ ହିମାଂଶୁ ସିଂଙ୍କୁ ଗିରଫ କରାଯାଇଥିବା ବେଳେ ଓ କେଶ ନମ୍ବର ୧୨୩/୨୦୨୦ରେ ସୁନିଲ କୁମାର ବେହେରାଙ୍କୁ ଗିରଫ କରାଯାଇଛି। ଏହି ମାମଲା ଗୁଡିକ ଆଇପିସିର ଧାରା ୨୬୯, ୨୭୦ ସମେତ ବିପର୍ଯ୍ୟୟ ପରିଚାଳନା ନିୟମର ୫୧(ଖ) ଓ ୩ ଏପିଡେମିକ ଡିଜିଜ ଧାରାରେ ମାମଲା ରୁଜୁ କରାଯାଇଥିବା ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।