Odiapua.com

କେନ୍ଦ୍ରାପଡା ତହସିଲ ମାର୍କେଟ କମ୍ପେ୍ଲକ୍ସରେ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ତହସିଲ ମାର୍କେଟ କମ୍ପେ୍ଲକ୍ସରେ ବ୍ୟବସାୟୀ ସଙ୍ଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟବସାୟୀ ସଙ୍ଘ ସଭାପତି ଭାଗିରଥି ସାହୁ, ସମ୍ପାଦକ ଗଙ୍ଗାଧର ଦଳେଇ, ଇଜାଜ ଅହେମ୍ମଦ, ବିଷ୍ଣୁପ୍ରିୟା ବେହେରା, ବିଭାସ ଭାଇ, ସେକ କଲିମ, ଭାଗିରଥି ମହାନ୍ତି, ମଲ୍ଲବାବୁ ଓ ଜସିମ ପ୍ରମୁଖ ଉପସ୍ଥିତ ଥିଲେ।