Odiapua.com

କେନ୍ଦ୍ରାପଡା ଡିପିଆରଓଙ୍କ ଉପନିର୍ଦେଶକ ପଦକୁ ପଦୋନ୍ନତି

କେନ୍ଦ୍ରାପଡ଼ା ୨୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ନିକଟରେ କଟକରୁ ବଦଳି ହୋଇ କେନ୍ଦ୍ରାପଡାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅଧିଷ୍ଠିତ ହୋଇଥିବା ହେମନ୍ତ କୁମାର ନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଜ୍ଞପ୍ତି ଅନୁଯାଇ ଶ୍ରୀ ନାୟକଙ୍କୁ ପଦୋନ୍ନତି ଦିଆଯାଇ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ବୁଧବାର ଶ୍ରୀ ନାୟକ ଉପନିର୍ଦେଶକ ଭାବେ ଯୋଗଦାନ କରିଛନ୍ତି। ଶ୍ରୀ ନାୟକ ୨୭ବର୍ଷରୁ ଉର୍ଦ୍ଧ୍ୱ ସମୟ ଓଡିଶା ସୂଚନା ସେବାରେ ରାଜ୍ୟ ସଦର ମହକୁମା ସହିତ କଟକ, ମୟୁରଭଞ୍ଜ, ବୈାଦ, ଢେଙ୍କାନାଳ, ସମ୍ବଲପୁର, ଜୟଦେବ ଭବନ, ଶିଳ୍ପ ନିର୍ଦେଶାଳୟର ପ୍ରଚାର ଅଧିକାରୀ, କଟକ-ଭୁବନେଶ୍ୱର ପୋଲିସ କମିଶନରଙ୍କ ଲୋକ ସମ୍ପର୍କ ଅଧିକାରୀ, ପ୍ରଦର୍ଶନୀ ଅଧିକାରୀ ପ୍ରଭୃତି ପଦବୀ ଗୁଡିକରେ କାର୍ଯ୍ୟ କରିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ଅଧିକାରୀ ଭାବେ ଶ୍ରୀ ନାୟକ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହିତ ବିଭିନ୍ନ ପୁରସ୍କାର ମଧ୍ୟ ଲାଭ କରିଛନ୍ତି।