Odiapua.com

କେନ୍ଦ୍ରାପଡା ଡିଏଭି ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା ୨୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଦୀର୍ଘ ଦେଢବର୍ଷ ପରେ ଅଷ୍ଟମ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଫେରିଛନ୍ତି। ଯାହାକି ପିଲାମାନଙ୍କ ମଧ୍ୟରେ ଏକ ଉତ୍ସୁକତା ଆଣିଦେଇଛି। ଏହି ଅବସରରେ ସ୍ଥାନୀୟ ଗରାପୁରସ୍ଥିତ କେନ୍ଦ୍ରାପଡା ଡିଏଭି ସ୍କୁଲରେ ଦେଢବର୍ଷ ପରେ ସ୍କୁଲକୁ ଫେରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପୁଷ୍ପଗୁଛ ଓ ଚକଲେଟ ପ୍ରଦାନ କରି ସ୍ୱାଗତ କରିଛନ୍ତି। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଏହା ଆମମାନଙ୍କ ପାଇଁ ଏକ ଖୁସିର ଅବସର। ଦୀର୍ଘଦିନ ବ୍ୟବଧାନରେ ପିଲାମାନେ ବିଦ୍ୟାଳୟକୁ ଫେରିଛନ୍ତି। ଗୋଟିଏ ମା’ ତାର ହଜିଯାଇଥିବା ପୁଅ ବା ଝିଅକୁ ପାଇ ଯେଭଳି ଆନନ୍ଦିତ ହୁଏ ଠିକ ସେଭଳି ଆମେ ଆଜି ଆନନ୍ଦିତ ହୋଇଛୁ। ଶ୍ରେଣୀକକ୍ଷରେ ସାମାଜିକ ଦୂରତା ରକ୍ଷା ସହିତ ମାସ୍କର ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି। ପ୍ରଥମ ଦିବସରେ ୮୫ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଛନ୍ତି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ଲେଙ୍କା, ସୁପ୍ରିୟା ବେହେରା, ସୋନାଲି ରାଉତ ଓ ପ୍ରଣୟା ଦାସ ପ୍ରମୁଖ ପରିଚାଳନା କରିଥିଲେ।