Odiapua.com

କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପାସହାର ୮୦.୧୯ ପ୍ରତିଶତ

କେନ୍ଦ୍ରାପଡା ୨୯/୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଚଳିତବର୍ଷ ଜିଲ୍ଲାରେ ମାଟ୍ରିକ ପାସହାର ୮୦.୧୯ ପ୍ରତିଶତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ଏ- ୧ ଗ୍ରେଡରେ ୪୮ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଏ-୨ରେ ୩୨୮ଜଣ, ବି-୧ରେ ୭୪୦ଜଣ, ବି-୨ରେ ୧୩୮୯ଜଣ, ସି ଗ୍ରେଡରେ ୨୦୯୬ଜଣ, ଡି ଗ୍ରେଡରେ ୩୪୫୪ଜଣ ଓ ଇ ଗ୍ରେଡରେ ୭୨୭୧ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ସୂଚନା ଦେଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ପାସହାର ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସ୍ତରର ପାସହାର ଅପେକ୍ଷା ଜିଲ୍ଲାର ପାସହାର ଅଧିକ ରହିଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି।