କେନ୍ଦ୍ରାପଡ଼ା, ୨୦ା୫ (ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଗୁରୁବାର ୨୦୪ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଆଳି ବ୍ଲକରେ ୫ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୮, ଗରଦପୁର ବ୍ଲକରେ ୫, କେନ୍ଦ୍ରାପଡା ବ୍ଲକରେ ୫୦, ମହାକାଳପଡା ବ୍ଲକରେ ୨୧, ମାର୍ଶାଘାଇ ବ୍ଲକରେ ୨୯ , ପଟ୍ଟାମୁଣ୍ଡାଇ ବ୍ଲକରେ ୨୩, ରାଜକନିକା ବ୍ଲକରେ ୬, ରାଜନଗର ବ୍ଲକରେ ୨୫ ଏବଂ କେନ୍ଦ୍ରାପଡା ପୈାରାଞ୍ଚଳରେ ୪ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି। ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି। ଗୁରୁବାର ସୁଦ୍ଧା ଜିଲ୍ଲାରେ ୧୦୯୮ଟି କରୋନା ଆକ୍ଟିଭ କେଶ ରହିଥିବା ବେଳେ ସେଥିମଧ୍ୟରୁ ୯୫୧ଜଣ ଗୃହ ସଂଗରୋଧରେ ଓ ୧୪୭ଜଣ କୋଭିଡ ହସପିଟାଲରେ ଅଛନ୍ତି ଓ ୩୫ଜଣଙ୍କର ମୃତ୍ୟୁ ହୋଇଛି। ଆଜି ୧୮୫ଜଣ କରୋନା ପଜିଟିଭ ଡିସଚାର୍ଜ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଳି ବ୍ଲକର ୭୩ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୬୨ଜଣ ଗୃହ ସଂଗରୋଧରେ ଓ ୧୦ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୫ଜଣଙ୍କୁ ଡିସଚାର୍ଜ କରାଯାଇଛି। ଡେରାବିଶି ବ୍ଲକର ୧୪୬ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୨୬ଜଣ ଗୃହ ସଂଗରୋଧରେ ଓ ୧୯ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୨୪ଜଣଙ୍କୁ ଡିସଚାର୍ଜ କରାଯାଇଛି। ଗରଦପୁର ବ୍ଲକର ୬୧ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୫୧ଜଣ ଗୃହ ସଂଗରୋଧରେ ଓ ୯ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୧୮ଜଣଙ୍କୁ ଡିସଚାର୍ଜ କରାଯାଇଛି। କେନ୍ଦ୍ରାପଡା ବ୍ଲକର ୨୨୩ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୭୮ଜଣ ଗୃହ ସଂଗରୋଧରେ ଓ ୪୫ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୩୫ଜଣଙ୍କୁ ଡିସଚାର୍ଜ କରାଯାଇଛି। ମହାକାଳପଡା ବ୍ଲକର ୯୨ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୭୯ଜଣ ଗୃହ ସଂଗରୋଧରେ ଓ ୧୩ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୩୬ଜଣଙ୍କୁ ଡିସଚାର୍ଜ କରାଯାଇଛି। ମାର୍ଶାଘାଇ ବ୍ଲକର ୧୩୩ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୨୧ଜଣ ଗୃହ ସଂଗରୋଧରେ ଓ ୧୧ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୨୧ଜଣଙ୍କୁ ଡିସଚାର୍ଜ କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୧୨୭ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୧୦ଜଣ ଗୃହ ସଂଗରୋଧରେ ଓ ୧୫ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୧୬ଜଣଙ୍କୁ ଡିସଚାର୍ଜ କରାଯାଇଛି। ରାଜକନିକା ବ୍ଲକର ୬୬ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୫୮ଜଣ ଗୃହ ସଂଗରୋଧରେ ଓ ୮ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୮ଜଣଙ୍କୁ ଡିସଚାର୍ଜ କରାଯାଇଛି। ରାଜନଗର ବ୍ଲକର ୧୧୫ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୧୧ଜଣ ଗୃହ ସଂଗରୋଧରେ ଓ ୪ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୧୭ଜଣଙ୍କୁ ଡିସଚାର୍ଜ କରାଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳର ୪୮ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୪୧ଜଣ ଗୃହ ସଂଗରୋଧରେ ଓ ୭ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ୩ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାର ୧୪ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୪ଜଣ ଗୃହ ସଂଗରୋଧରେ ଥିବାବେଳେ ୨ଜଣଙ୍କୁ ଡିସଚାର୍ଜ କରାଯାଇଛି। ଆଜି ସକାଳ ୮ଟା ୩୬ ମିନିଟ ସୁଦ୍ଧା ମୋଟ ୧୩ହଜାର ୫୭ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ ୧୧୧୨ଟି ଆକ୍ଟିଭ କେଶ ରହିଛି ଓ ମୋଟ ୧୧ହଜାର ୯୦୯ଜଣ କୋଭିଡରୁ ସୁସ୍ଥ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।