Odiapua.com

କେନ୍ଦ୍ରାପଡା ଜିଲ୍ଲାକୁ ମୋଟ ୫୦ହଜାର ୨୧୩ ପ୍ରବାସୀ ଆସିଲେ

କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି। କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୭ ଜଣ କରୋନା ସଂକମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆଜିସୁଧା ଜିଲ୍ଲାରେ ମୋଟ ୮୮୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୬୪୨ଜଣ ସୁସ୍ଥ ହୋଇଥିବା ବେଳେ ୨୪୨ଜଣ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି। ଆଜି ସୁଦ୍ଧା ରାଜ୍ୟ ବାହାରୁ ୫୦ହଜାର ୨୧୩ ଜଣ ପ୍ରବାସୀ ଆସିଛନ୍ତି। ଆଜି ଆସିଥିବା ୧୫୩ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ଶୁନଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୭୨ଜଣ, ମହାକାଳପଡା ବ୍ଲକର ୪, କେନ୍ଦ୍ରାପଡା ପୈାରାଚଂଳ ଶୁନ, ମାର୍ଶାଘାଇ ବ୍ଲକର ଶୁନ, ରାଜନଗର ବ୍ଲକର ୩୨, ରାଜକନିକା ବ୍ଲକର ୧୮, ଆଳି ବ୍ଲକର ୫, ଡେରାବିଶି ବ୍ଲକର ୧୯ ଓ ଗରଦପୁର ବ୍ଲକର ୩ ଜଣ ଅଛନ୍ତି। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି।