Odiapua.com

କେନ୍ଦ୍ରାପଡା ଜିଲ୍ଲାକୁ ମୋଟ ୪୫ହଜାର ୦୨୪ ପ୍ରବାସୀ ଆସିଲେ

କେନ୍ଦ୍ରାପଡା ୧୬/୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି। ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବଂ ଆଗାମୀ ଦିନରେ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନାକୁ ଦୃଷ୍ଟିରେ ରଖାଯାଇ ଆସନ୍ତା ୩୧ଜୁଲାଇ ପର୍ଯ୍ୟନ୍ତ ଜନସାଧାରଣଙ୍କ ଚଳପ୍ରଚଳକୁ ଯଥାସମ୍ଭବ ନିୟନ୍ତ୍ରଣ ରେ ରଖିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି। ସେହି ଅନୁଯାଇ ଜୁଲାଇମାସ ୧୫ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। କେବଳ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ପୂର୍ବପରି ଦିନରାତି ଖୋଲା ରହିବ। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଜିଲ୍ଲା ପ୍ରଶାସନର ଏହି ନିୟମ ମାନିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେବା ସହ ଏଦିଗରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି। ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି। ଆଜି ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ୪୫ହଜାର ୦୨୪ ଜଣ ପ୍ରବାସୀ ଆସିଛନ୍ତି। ଆଜି ଆସିଥିବା ୨୫୪ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୧୩ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୬୪, ମହାକାଳପଡା ବ୍ଲକର ୫୪, କେନ୍ଦ୍ରାପଡା ପୈାରାଚଂଳ ୦, ମାର୍ଶାଘାଇ ବ୍ଲକର ୩, ରାଜନଗର ବ୍ଲକର ୩୮, ରାଜକନିକା ବ୍ଲକର ୫୮, ଆଳି ବ୍ଲକର ୭, ଡେରାବିଶି ବ୍ଲକର ୧୭ ଓ ଗରଦପୁର ବ୍ଲକର ୦ ଜଣ ଅଛନ୍ତି। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି।