Odiapua.com

କେନ୍ଦ୍ରାପଡା ଜିଲାରେ ଆଜି ୧୯୬ କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୧୦ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ଶନିବାର ୧୯୬ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଆଳି ବ୍ଲକରେ ୩୪ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୨୮, ଗରଦପୁର ବ୍ଲକରେ ୧୨ଜଣ, କେନ୍ଦ୍ରାପଡା ବ୍ଲକରେ ୩୫, ମହାକାଳପଡା ବ୍ଲକରେ ୮, ମାର୍ଶାଘାଇ ବ୍ଲକର ୧୭ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ୨୧, ରାଜକନିକା ବ୍ଲକରେ ୨୭, ରାଜନଗର ବ୍ଲକରେ ୫ଜଣ, କେନ୍ଦ୍ରାପଡା ପୈାରାଞ୍ଚଳର ୭ଜଣ ଓ ଅନ୍ୟ ଜିଲ୍ଲାର ୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି।