Odiapua.com

କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଲିଃ. ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୬ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସମିତିର ସଭାପତି ପ୍ରମୋଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ସମିତିର ସମ୍ପାଦକ ପହ୍ଲାଦ ସାହୁ, ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ଜେନେରାଲ ମ୍ୟାନେଜର ମନୋଜ ସାହୁ, ମୁଖ୍ୟ ଶାଖାର ବରିଷ୍ଠ ଶାଖା ପରିଚାଳକ ରମେଶ ସେଠୀ, ପରିଚାଳିକା ସନ୍ତୋଷୀ ସାମଲଙ୍କ ସମେତ କର୍ମଚାରୀ ଓ ଏଜେଣ୍ଟମାନେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ବଣିଆମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ଏତଦବ୍ୟତିତ ସମିତିର ସମସ୍ତ ଶାଖା ଗୁଡିକରେ ମଧ୍ୟ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସହର ଶାଖାର ଉପସଭାନେତ୍ରୀ ସାବନା ପରୱିନ ଏବଂ ଅଧିକାଂଶ ଶାଖା ଗୁଡିକରେ ନିର୍ଦେଶକମାନେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।