Odiapua.com

କେନ୍ଦ୍ରାପଡା କୃଷକ ବିକାଶ ସମବାୟ ସମିତିରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରର ଗୋପସ୍ଥିତ କୃଷକ ବିକାଶ ସମବାୟ ସମିତି ଲିଃ. ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସମିତିର ସଭାପତି ପ୍ରମୋଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ସମିତିର ନିର୍ଦେଶକ ପ୍ରକାଶ ଦାସ, ସମ୍ପାଦକ ଅରବିନ୍ଦ ସାହୁଙ୍କ ସମେତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।