Odiapua.com

କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଡଃ. ପ୍ରହଲ୍ଲାଦ କୁମାର କର “ସାମାଜିକ ଗବେଷଣା କ୍ଷେତ୍ରରେ ପରିକଳ୍ପନାର ଭୂମିକା”ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମୂଲ୍ୟବାନ ମତାମତ ଉପସ୍ଥାପନା କରିଥିଲେ। ଛାତ୍ରଛାତ୍ରୀମାନେ କିପରି ଗବେଷଣା କ୍ଷେତ୍ରରେ ଏହାର ସଦୁପଯୋଗ କରିପାରିବେ ସେ ସମ୍ପର୍କରେ ପର୍ଯ୍ୟାପ୍ତ ତଥ୍ୟ ପ୍ରଦାନ କରିଥିଲେ ଡଃ. କର। ବିଭାଗୀୟ ମୁଖ୍ୟ ଡଃ. ସୁଷମା ଶତପଥୀଙ୍କ ସମେତ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଏହି ଆଲୋଚନାରେ ଉପସ୍ଥିତ ଥିଲେ।