Odiapua.com

କେନ୍ଦ୍ରାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗରେ ପରିବେଶ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

କେନ୍ଦ୍ରାପଡା, ୧୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ୟୁଜିସି ସଂପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ ଏକ ପରିବେଶ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଏବଂ ବିଭାଗୀୟ ମୁଖ୍ୟ ପ୍ରଫେସର ନମିତା ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ କଲେଜ ଉପାଧ୍ୟକ୍ଷ ଫ୍ରଫେସର ଗୋପାଳ ଚନ୍ଦ୍ର ବେହେରା ପୈାରହିତ୍ୟ କରିଥିଲେ। ଏଥିରେ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ପରିବେଶବୀତ ପ୍ରଫେସର ଡଃ. ରବୀନ୍ଦ୍ର କୁମାର ମିଶ୍ର ପ୍ରବକ୍ତା ଭାବେ ଯୋଗଦେଇ ପରିବେଶ – ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବକ୍ତବ୍ୟ ଉପସ୍ଥାପନ କରି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କ ମହଲରେ ପରିବେଶ ସୁରକ୍ଷାରେ ଦାୟୀତ୍ୱବୋଧ ସୃଷ୍ଟି କରାଇ ଥିଲେ। ୟୁଜିସି ଦାୟୀତ୍ୱରେ ଥିବା ପ୍ରଫେସର ପ୍ରଭାକର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ବିଭାଗର ଅଧ୍ୟାପକ ଡଃ. ଗୈାତ୍ତମ ଚରଣ ଦାସ, ହିମାଂଶୁ ଶେଖର ମହାପାତ୍ର, କାନନବିହାରୀ ସାହୁ, ଅଧ୍ୟାପିକା ମୋନାଲିସା ସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ମାୟା ପ୍ରସନ୍ନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।