Odiapua.com

କେନ୍ଦ୍ରାପଡାରେ ମା’ଗଜଲକ୍ଷ୍ମୀଙ୍କୁ ମେଲାଣି

କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଶେଷରେ ମା ଗଜଲକ୍ଷ୍ମୀଙ୍କୁ ମେଲାଣି ଦିଆଯାଇଛି। ୮ମ ଦିବସରେ ମା’ଙ୍କୁ ମଙ୍ଗଳବାର ମେଲାଣି ଦିଆଯାଇଛି। କୋଭିଡ କଟକଣା ଅନୁପାଳନ ପୂର୍ବକ ସ୍ୱଳ୍ପ ସଂଖ୍ୟକ କମିଟି କର୍ମକର୍ତ୍ତାଙ୍କୁ ନେଇ ଟ୍ରାକ୍ଟରରେ ମା’ଙ୍କୁ ସହର ପରିକ୍ରମା କରାଯାଇଥିଲା। ଏହାପରେ ନୁଆ ବସଷ୍ଟାଣ୍ଡ ସନ୍ନିିକଟ ବାଇପାସ ରାସ୍ତାର ଗୋବରୀ ନଦୀରେ ମା’ଙ୍କ ମୂର୍ତ୍ତିକୁ ବିଷର୍ଜର୍ନ କରାଯାଇଥିଲା। ଏ ନେଇ ଗୋବରୀ ନଦୀ କୂଳରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା। ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ମା’ଙ୍କୁ ବିଷର୍ଜନ କରାଯାଇଥିଲ। ସେହିପରି ସହରରେ ମେଢ ପରିକ୍ରମା କରିବା ସମୟରେ ପ୍ରତି ମେଢରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା। ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। କେବଳ ମାତ୍ର କେତେକ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଉପସ୍ଥିତ ପୋଲିସ କର୍ମଚାରୀମାନେ ଟ୍ରାଫିକ ସମସ୍ୟାର ସମାଧାନ କରିଥିଲେ। ନୂଆ ବସଷ୍ଟାଣ୍ଡ ନିକଟରେ ପୋଲିସର ଏକ ଅସ୍ଥାୟୀ ଶିବିର ବସା ଯାଇଥିଲା। ସେଠାରେ ବରିଷ୍ଠ ପୋଲିସ ଅଧିକାରୀମାନେ ବସି ଆଇନ୍ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ। ବିଭିନ୍ନ ସ୍ଥାନରୁ ମେଢ ଆସି ନୂଆବସଷ୍ଟାଣ୍ଡ ନିକଟରେ ବୁଲି ବାଇପାସର ଗୋବରୀ ନଦୀରେ ବିଷର୍ଜନ କରାଯାଇଥିଲା। ବିନା ବ୍ୟାଣ୍ଡ ପାର୍ଟିରେ କେବଳ ଘଣ୍ଟ ବଜାଯାଇ ମା’ଙ୍କୁ ସହର ପରିକ୍ରମା କରାଯାଇଥିଲା। କରୋନା ମାର୍ଗଦର୍ଶିକାକୁ ପୂଜା କମିଟିର ସମସ୍ୟମାନେ ପାଳନ କରିଥିଲେ। ଫଳରେ ପୋଲିସକୁ କୌଣସି କଠୋର ପଦକ୍ଷେପ ନେବାକୁ ଆବଶ୍ୟକ ପଡି ନ ଥିଲା। ଶାନ୍ତିଶୃଙ୍ଖଳାର ସହିତ ମା’ଙ୍କୁ ମେଲାଣି ଦିଆଯାଇଥିଲା।