Odiapua.com

କେନ୍ଦ୍ରାପଡାରେ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା : ରାଷ୍ଟ୍ର ଚେତନାରେ ଗାନ୍ଧୀ ଓ ସୁଭାଷ

କେନ୍ଦ୍ରାପଡ଼ା ୨୩ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ଗ୍ରାଉଣ୍ଡରେ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ବିଂଶତମ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ନେତାଜୀ ମଡେଲ ସ୍କୁଲ ଆନୁକୂଲ୍ୟରେ ‘ରାଷ୍ଟ୍ର ଚେତନାରେ ଗାନ୍ଧୀ ଓ ସୁଭାଷ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ନଳିନିକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଦସ୍ୟ ଡଃ. ବିଶ୍ୱଜିତ, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ ସଦସ୍ୟ ମାନସ ପଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସ୍ତମ୍ବକାର ଅମୀୟ ପାଣ୍ଡବ ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦେଶ ପ୍ରେମ, ତ୍ୟାଗ ଓ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ସମ୍ପାଦକ ଜାହିଦ୍ ଖାଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସାସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଉମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।