Odiapua.com

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା : କଟକ ଏସ ସି ବିରେ ଚିକିତ୍ସାଧୀନଙ୍କ ମଧ୍ୟରୁ ଜଣକର ମୃତ୍ୟୁ, ପୋଲିସକୁ ଦୋଷ ଦେଲେ ବିଜୟ ମହାପାତ୍ର 

କଟକ, ୨୬/୧୧ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଏସ ସି ବି ରେ ଚିକିତ୍ସାଧୀନ ବାଲିଆ ବାଣ ଦୁର୍ଘଟଣାରେ ସଙ୍କଟାପନ୍ନଙ୍କ ମଧ୍ୟରୁ ଶୁକ୍ରବାର ରାତିରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ବ୍ୟବସ୍ଥା ଜାରିରହିଛି। ଏହା ମଧ୍ୟରେ ଶୁକ୍ରବାର ଏସ ସି ବି ଗସ୍ତ କରି କେନ୍ଦ୍ରାପଡ଼ା ବାଣ ଦୁର୍ଘଟଣାରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପୋଲିସ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ଦୁର୍ଘଟଣାରେ ୩୪ ଜଣ ଚିକିତ୍ସା ପାଇଁ ଏସ ସି ବି ରେ ଭର୍ତ୍ତି ହୋଇଛନ୍ତି। ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ବର୍ତ୍ତମାନ ଆଇ ସି ୟୁ ରେ ଚିକିତ୍ସିତ ହେଉଛନ୍ତି। ୧୧ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ସେ ଚିକିତ୍ସାର ସମସ୍ତ ବିଷୟ ଉପରେ ଏସ ସିବି ଜରୁରୀକାଳୀନ ଅଧିକାରୀ ଡ଼ଃ ଭୁବନାନନ୍ଦ ମହାରଣା ଙ୍କ ସହିତ ଆଲୋଚନା କରିଛନ୍ତି। ଏସିବି ମେଡ଼ିକାଲ ର କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଚିକିତ୍ସା କୌଣସି ଅବହେଳା କରାଯାଉନାହିଁ, କିନ୍ତୁ ଏହି ଦୁର୍ଘଟଣା ପୋଲିସ ର ଦାୟିତ୍ୱ ହୀନତା ଓ ଅବହେଳା ପାଇଁ ଘଟିଛି ବୋଲି ଶ୍ରୀ ମହାପାତ୍ର ଦାୟୀ କରିଛନ୍ତି। ପୋଲିସ ଉପସ୍ଥିତ ରହି ମଧ୍ୟ କାହିଁକି ବାଣ ଜବତ କରିଲା ନାହିଁ। ପୋଲିସ ର ଏଭଳି ଅବହେଳା ଓ ଦାୟିତ୍ୱହୀନତା ପାଇଁ ପୋଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର ବୋଲି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଛନ୍ତି।